Odisha Link
Bridging the Missing Links in Odisha

ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ; ମହାଦୀପ ଉଠାଇବାକୁ ସମୟ ନିର୍ଦ୍ଧାରିତ

ଓଏଲ୍‌ ବ୍ୟୁରୋ: ଚଳିତବର୍ଷର ମହାଶିବରାତ୍ରୀ ବା ଜାଗର ଆସନ୍ତା ମାର୍ଚ୍ଚ ୮ ତାରିଖରେ ପାଳନ ହେବ। ଏନେଇ ରାଜ୍ୟର ସମସ୍ତ ଶୈବ ପୀଠ ଗୁଡିକରେ ଜାଗର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା ସୁପରିଚାଳନା ପାଇଁ ପୂର୍ବ ପ୍ରସ୍ତୁତି ବୈଠକ ଶେଷ ହୋଇଛି। ଚଳିତବର୍ଷ ମଧ୍ୟ ସମସ୍ତ ରୀତିନୀତି ସହ ରାତି ୧୦ଟାରୁ ୧୦ଟା ୩୦ ମଧ୍ୟରେ ମହାଦୀପ ଉଠାଇବାକୁ ନିଷ୍ପତ୍ତି ହୋଇଛି।

ଚଳିତବର୍ଷର ମହାଶିବରାତ୍ରୀ ବା ଜାଗର ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ଏଥିରେ ମନ୍ଦିର ପ୍ରଶାସନ ସହ ବ୍ରାହ୍ମଣ ନିଯୋଗ, ପୂଜାପଣ୍ଡା ନିଯୋଗ, ସମର୍ଥା , ପାଲିଙ୍କିଆ ନିଯୋଗ ବୈଠକରେ ଉପସ୍ଥିତ ଥିଲେ। ବୈଠକରେ ଜାଗର ଯାତ୍ରା ପାଇଁ ନୀତି ନିର୍ଘଣ୍ଟ କରାଯିବା ସହ ମନ୍ଦିର ପରିମଳ, ଆଲୋକ ବ୍ୟବସ୍ଥା, ଟ୍ରାଫିକ୍‍ ନିୟନ୍ତ୍ରଣ, ପ୍ରତ୍ନତତ୍ତ୍ୱ ବିଭାଗର କାର୍ଯ୍ୟ ଓ ଆଇନ ଶୃଙ୍ଖଳା ଆଦି ବିଷୟ‌ରେ ବିସ୍ତୃତ ଆଲୋଚନା ହୋଇଛି।

ସେହିପରି ଏଏସ୍‌ଆଇ ପକ୍ଷରୁ ମନ୍ଦିରର ବିଭିନ୍ନ ସ୍ଥାନ ପରିଷ୍କାର କରାଯିବା ସହ ସିଂହଦ୍ୱାର ଠାରୁ ଅରୁଣ ସ୍ତମ୍ଭ ଯାଏଁ ବ୍ୟାରିକେଡ୍‌ ବାନ୍ଧିବାକୁ କୁହାଯାଇଛି । ମନ୍ଦିର ଗର୍ଭଗୃହକୁ ପରିଷ୍କାର କରିବା ସହ ମନ୍ଦିରରେ ଲାଗିଥିବା ପିତ୍ତଳ କବାଟଗୁଡ଼ିକ ଏଏସ୍ଆଇ ସଫା କରିବ । ବିଏମ୍‍ସି ହସ୍ପିଟାଲରେ ଜରୁରୀକାଳୀନ ସେବା ପ୍ରଦାନ ପାଇଁ ବ୍ୟବସ୍ଥା କରିବାକୁ ବିଏମ୍‍ସି କର୍ତ୍ତୃପକ୍ଷଙ୍କୁ କୁହାଯାଇଛି।

Leave A Reply

Your email address will not be published.