ହାତୀ ଉପଦ୍ରବରୁ ମିଳିବ ତ୍ରାହି; ଏଣିକି ବ୍ୟବହାର ହେବ ସୌରଶକ୍ତି ତାର

ଓଏଲ୍ ବ୍ୟୁରୋ: ଏଣିକି ହାତୀ ଉପଦ୍ରବରୁ ମିଳିବ ତ୍ରାହି। ଜନବସତି ମୁହାଁ ହେଉଥିବା ହାତୀଙ୍କୁ ଦିଆଯିବ କରେଣ୍ଟ ଝଟକା। ସୋଲାର ଫେନସିଂ ବା ସୌର ଶକ୍ତି ଦ୍ୱାରା ପରିଚାଳିତ ଝୁଲନ୍ତା ତାର ବାଡ଼ ଲଗାଇ ହାତୀ ଉପଦ୍ରବ ରୋକିବା ପାଇଁ ଏଭଳି ପ୍ରୟାସ କରିବାକୁ ଯାଉଛି ବନ ବିଭାଗ। ଚନ୍ଦକା ଅଭୟାରଣ୍ୟରେ ଏଭଳି ଯୋଜନା କରାଯାଇଛି। ଅନେକ ସମୟରେ ହାତୀ ନିଜ ଅଞ୍ଚଳ ଛାଡ଼ି ଜନବସତି ମୁହାଁ ହେଉଥିବା ଦେଖିବାକୁ ମିଳେ। ହେଲେ ଏବେ ଏହି କରେଣ୍ଟ ଝଟକାର ବ୍ୟବହାର ଦ୍ୱାରା ହାତୀ ଆଉ ଜନବସତି ମୁହାଁ ହେବେ ନାହିଁ ବୋଲି ନୂତନ ପ୍ରୟାସ କରାଯାଉଛି।