Odisha Link
Bridging the Missing Links in Odisha

ସାଧାରଣ ନିର୍ବାଚନ ପାଇଁ ଓଡ଼ିଶା ରାଜନୀତି ସରଗରମ; ଶଙ୍ଖ ଭବନରେ ଗୁରୁତ୍ବପୂର୍ଣ୍ଣ ବୈଠକ

ଓଏଲ୍‌ ବ୍ୟୁରୋ: ସାଧାରଣ ନିର୍ବାଚନକୁ ମଝିରେ ଆଉ ଏକ ମାସ ସମୟ। ତେବେ ଭୋଟ ଗ୍ରହଣ ପାଇଁ କେମିତି ଚାଲିଛି ସଜବାଜ, ବିଭିନ୍ନ ରାଜ୍ୟକୁ ଯାଇ ପ୍ରସ୍ତୁତିର ଅନୁଧ୍ୟାନ କରୁଛନ୍ତି ନିର୍ବାଚନ କମିଶନଙ୍କ ଟିମ୍। ଅନ୍ୟପଟେ ନିର୍ବାଚନ ତାରିଖ ଘୋଷଣା ନହୋଇଥିବା ବେଳେ ଓଡ଼ିଶା ରାଜନୀତି ସରଗରମ। ସାଧାରଣ ନିର୍ବାଚନକୁ ଆଉ କିଛିଦିନ ବାକି ଥିବା ବେଳେ ଶଙ୍ଖ ଭବନରେ ଗୁରୁତ୍ବପୂର୍ଣ୍ଣ ବୈଠକ ଜାରି ରହିଛି। ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ରହିଛନ୍ତି। ଉମା ସାମନ୍ତରାୟ ଓ ସଞ୍ଜୟ ଦାସବର୍ମା ମଧ୍ୟ ଉପସ୍ଥିତ ରହିଥିବାବେଳେ ପ୍ରଣବ ଦାସଙ୍କ ଆଲୋଚନା ଜାରି ରହିଛି।

Leave A Reply

Your email address will not be published.