Odisha Link
Bridging the Missing Links in Odisha

ଏଣିକି ହାତ ପାଆନ୍ତାରେ ‘ଆମ ବ୍ୟାଙ୍କ’ ସେବା; ଆଜି ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଗ୍ରାମାଞ୍ଚଳରେ ବ୍ୟାଙ୍କିଙ୍ଗ ସେବାରେ ଆଣୁଛି ରୂପାନ୍ତରଣ। ଲୋକଙ୍କ ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ୨ୟ ପର୍ଯ୍ୟାୟରେ ୨୦୦୦ ସିଏସପି ପ୍ଲସ ଶାଖାର ଉଦଘାଟନ କରିବାକୁ ଯାଉଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବ୍ୟାଙ୍କ ସୁବିଧା ନ ଥିବା ଅଞ୍ଚଳ ପାଇଁ ଯୁଗାନ୍ତକାରୀ ‘ଆମ ବ୍ୟାଙ୍କ’ ଯୋଜନା ଆରମ୍ଭ କରିଛନ୍ତି। ଏହାଦ୍ବାରା ବ୍ୟାଙ୍କ ସୁବିଧା ନ ଥିବା ୪୩୭୩ ପଞ୍ଚାୟତରେ ଲୋକମାନେ ବ୍ୟାଙ୍କିଙ୍ଗ ସୁବିଧା ପାଇବେ। ୨୦୨୪ ମାର୍ଚ୍ଚ ସୁଦ୍ଧା ଏହି ସମସ୍ତ ପଞ୍ଚାୟତକୁ ବ୍ୟାଙ୍କ ସୁବିଧା ପହଞ୍ଚିବ। ପ୍ରଥମ ପର୍ଯ୍ୟାୟରେ ୭୫୪ଟି ପଞ୍ଚାୟତରେ ଆମ ବ୍ୟାଙ୍କ ସୁବିଧା ଆରମ୍ଭ ହୋଇଥିବା ବେଳେ ୨ୟ ପର୍ଯ୍ୟାୟରେ ୨୦୦୦ ସିଏସପି ପ୍ଲସ ଶାଖାର ଉଦଘାଟନ କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ।

ସୂଚନାଯୋଗ୍ୟ ଯେ ରାଜ୍ୟର ସମୁଦାୟ ୬୭୯୮ ଗ୍ରାମ ପଞ୍ଚାୟତ ମଧ୍ୟରୁ ପ୍ରାୟ ୬୫ ପ୍ରତିଶତ ବା ୪୩୭୩ଟି ଗ୍ରାମ ପଞ୍ଚାୟତରେ ବ୍ୟାଙ୍କ ସୁବିଧା ନାହିଁ। ଲୋକଙ୍କ ଆର୍ଥିକ ସଶକ୍ତିକରଣ ପାଇଁ ବ୍ୟାଙ୍କ ସୁବିଧା ଏକ ଜରୁରୀ ଆବଶ୍ୟକତା ହୋଇଥିବାରୁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ୟାଙ୍କ ମାନଙ୍କୁ ସମସ୍ତ ସୁବିଧା ପ୍ରଦାନ କରି ୬ ମାସ ମଧ୍ୟରେ ସବୁ ବ୍ୟାଙ୍କ ନ ଥିବା ପଞ୍ଚାୟତରେ ଗ୍ରାହକ ସୁବିଧା କେନ୍ଦ୍ର ଯୋଜନା ଆରମ୍ଭ କରିଛନ୍ତି। ଏହା ‘ଆମ ବ୍ୟାଙ୍କ’ ଭାବରେ ଲୋକଙ୍କୁ ସେବା ଯୋଗାଇଦେବ। ଏଥିପାଇଁ ରାଜ୍ୟ ସରକାର ଏହିସବୁ ପଞ୍ଚାୟତରେ ବ୍ୟାଙ୍କ ମାନଙ୍କୁ ଆସନ୍ତା ୫ ବର୍ଷ ପାଇଁ ଘର (Banking space), ବିଦ୍ୟୁତ ବ୍ୟବସ୍ଥା, ଇଣ୍ଟରନେଟ ଯୋଗାଯୋଗ ଏବଂ ଅନ୍ୟାନ୍ୟ ଆନୁସଂଗିକ ସୁବିଧା ଯୋଗାଇ ଦେବେ।

Leave A Reply

Your email address will not be published.