Odisha Link
Bridging the Missing Links in Odisha

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ: ରତ୍ନଭଣ୍ଡାରରେ ଫାଟ ନେଇ ଆସିଲା ବଡ଼ଖବର

ଓଏଲ୍‌ ବ୍ୟୁରୋ: ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ ହୋଇଛି। ରତ୍ନଭଣ୍ଡାରର ଲେଜର ସ୍କାନିଂ ଏଏସଆଇ ରିପୋର୍ଟ ଦାଖଲ କରିଛି। ବାହାର କାନ୍ଥର ପ୍ଲାଷ୍ଟରରେ ଫାଟ ରହିଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି। ଫ୍ଲାଷ୍ଟର ଛଡ଼ାଇଲେ ଫାଟର ଗଭୀରତା ଜାଣିହେବ ବୋଲି ରିପୋର୍ଟରୁ ସ୍ପଷ୍ଟ ଜଣା ପଡିଛି। ଏଏସଆଇ ରିପୋର୍ଟ ତର୍ଜମା ପାଇଁ ସବ୍‌କମିଟି ଗଠିତ ହୋଇଛି। ସବ୍‌ କମିଟିରେ ଏଏସଆଇ, ଶ୍ରୀମନ୍ଦିର ପରିଚାଳନା ଓ ବୈଷୟିକ କମିଟି ଉପସ୍ଥିତ ଥିଲେ। ରିପୋର୍ଟର ତର୍ଜମା ପରେ ମରାମତିର ଯୋଜନା ପ୍ରସ୍ତୁତ ହେବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମର୍ଥ ବର୍ମା ଏନେଇ ସୂଚନା ଦେଇଛନ୍ତି।

ଅନ୍ୟପଟେ, ରତ୍ନଭଣ୍ଡାର ଅଳଙ୍କାର ତାଲିକା ପ୍ରସ୍ତୁତି ତଦାରଖ କରିବା ପାଇଁ କମିଟି ଗଠନ କରାଯାଇଅଛି। ତଦାରଖ କମିଟି ଗଠନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୁପ୍ରିମକୋର୍ଟ ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ ପଶାୟତ କମିଟିର ଅଧ୍ୟକ୍ଷ ହୋଇଥିବାବେଳେ ପ୍ରସିଦ୍ଧ ହୃଦରୋଗ ବିଶେଷଜ୍ଞ ଡାକ୍ତର ରମାକାନ୍ତ ପଣ୍ଡା ଉପାଧ୍ୟକ୍ଷ ହୋଇଛି। ଏହି କମିଟିରେ ଅଧ୍ୟକ୍ଷଙ୍କ ସହ ରହିଛନ୍ତି ମୋଟ ୧୨ ଜଣ ସଦସ୍ୟ।

ଡ. ବିଧୁଭୂଷଣ ସାମଲ, ଏ.କେ ସାବତ କମିଟି ସଦସ୍ୟ। ଗଜପତିଙ୍କ ପ୍ରତିନିଧି, ଏଏସ୍‌ଆଇ ପ୍ରତିନିଧି କମିଟି ସଦସ୍ୟ। ଦୁର୍ଗାପ୍ରସାଦ ମହାପାତ୍ର, ମାଧବ ମହାପାତ୍ର, ଜଗନ୍ନାଥ କର ସଦସ୍ୟ। ଗଣେଶ ମେକାପ, ପୁରୀ ଜିଲ୍ଲାପାଳ କମିଟି ସଦସ୍ୟ ମନୋନୀତ ହୋଇଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କମିଟିର ସଦସ୍ୟ ଆବାହକ ଭାବେ ଚୟନ କରାଯାଇଛି।

ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ନିଯୁକ୍ତି ପରେ ଜଷ୍ଟିସ ପଶାୟତ ମନ୍ତବ୍ୟ ରଖି କହିଛନ୍ତି, ଯାହା କିଛି ହୁଏ, ସବୁ ପ୍ରଭୁ ଜଗନ୍ନାଥଙ୍କ ନିର୍ଦ୍ଦେଶରେ ହୁଏ। ଠାକୁରଙ୍କ କାମ କରିପାରିବି, ମୋ ପାଇଁ ସୌଭାଗ୍ୟର ବିଷୟ। ୯ରେ ପ୍ରଭୁଙ୍କ ଦର୍ଶନ ପାଇଁ ଯିବି, ପ୍ରାଥମିକ ଆଲୋଚନା ହେବ। ବର୍ତ୍ତମାନ ସ୍ଥିତି କଣ, ଆମକୁ କଣ କରିବାକୁ ହେବ, ଆଲୋଚନା କରିବୁ ବୋଲି ଜଷ୍ଟିସ ପଶାୟତ କହିଛନ୍ତି।

Leave A Reply

Your email address will not be published.