Odisha Link
Bridging the Missing Links in Odisha

ରତ୍ନଭଣ୍ଡାର ପାଇଁ କମିଟି ଗଠନ; ତଦାରଖ କମିଟି ଗଠନ କଲେ ମୁଖ୍ୟମନ୍ତ୍ରୀ 

ଓଏଲ୍‌ ବ୍ୟୁରୋ: ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଛି। ରତ୍ନଭଣ୍ଡାର ଅଳଙ୍କାର ତାଲିକା ପ୍ରସ୍ତୁତି ତଦାରଖ କରିବା ପାଇଁ କମିଟି ଗଠନ କରାଯାଇଅଛି। ତଦାରଖ କମିଟି ଗଠନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୁପ୍ରିମକୋର୍ଟ ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ ପଶାୟତ କମିଟିର ଅଧ୍ୟକ୍ଷ ହୋଇଥିବାବେଳେ ପ୍ରସିଦ୍ଧ ହୃଦରୋଗ ବିଶେଷଜ୍ଞ ଡାକ୍ତର ରମାକାନ୍ତ ପଣ୍ଡା ଉପାଧ୍ୟକ୍ଷ ହୋଇଛି। ଏହି କମିଟିରେ ଅଧ୍ୟକ୍ଷଙ୍କ ସହ ରହିଛନ୍ତି ମୋଟ ୧୨ ଜଣ ସଦସ୍ୟ। ଡ. ବିଧୁଭୂଷଣ ସାମଲ, ଏ.କେ ସାବତ କମିଟି ସଦସ୍ୟ। ଗଜପତିଙ୍କ ପ୍ରତିନିଧି, ଏଏସ୍‌ଆଇ ପ୍ରତିନିଧି କମିଟି ସଦସ୍ୟ। ଦୁର୍ଗାପ୍ରସାଦ ମହାପାତ୍ର, ମାଧବ ମହାପାତ୍ର, ଜଗନ୍ନାଥ କର ସଦସ୍ୟ। ଗଣେଶ ମେକାପ, ପୁରୀ ଜିଲ୍ଲାପାଳ କମିଟି ସଦସ୍ୟ ମନୋନୀତ ହୋଇଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କମିଟିର ସଦସ୍ୟ ଆବାହକ ଭାବେ ଚୟନ କରାଯାଇଛି।
Leave A Reply

Your email address will not be published.