Odisha Link
Bridging the Missing Links in Odisha

ଆରମ୍ଭ ହେଲା ନବୀନ ଓଡ଼ିଶା ମ୍ୟାଜିକ କାର୍ଡ ପଞ୍ଜିକରଣ; ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ମାଲକାନଗିରି ଗସ୍ତରେ ୫-ଟି ଅଧ୍ୟକ୍ଷ। ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ମିଳିଲା ନୂଆ-ଓ ଛାତ୍ରବୃତ୍ତି। ଏହା ସହ ନବୀନ ଓଡ଼ିଶା ମ୍ୟାଜିକ କାର୍ଡର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଜୁବାବୁ ଚାହୁଁଥିଲେ ଯୁବକ ମାନେ ବିଦେଶ ଯାଇଁ ସୁନାମ ଅର୍ଜନ କରନ୍ତୁ। ଏହା ସହ ଆଜିଠୁ ନବୀନ ଓଡ଼ିଶା ମ୍ୟାଜିକ କାର୍ଡର ପଞ୍ଜିକରଣ ଆରମ୍ଭ ହେଲା।ନବୀନ ଓଡ଼ିଶା ମ୍ୟାଜିକ କାର୍ଡ ପଞ୍ଜିକରଣର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମାଲକାନଗିରି ଛାତ୍ରଛାତ୍ରୀଙ୍କୁ ମିଳିଲା ନୂଆ-ଓ ଛାତ୍ରବୃତ୍ତି। କାର୍ଯ୍ୟକ୍ରମରେ ସାମିଲ ହେଲେ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ। ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି ଆଜି ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜୟନ୍ତୀ। ବିଜୁବାବୁ ଓଡ଼ିଶାବାସୀଙ୍କୁ ଖୁବ ଭଲ ପାଉଥିଲେ। ବିଜୁବାବୁ ଚାହୁଁଥିଲେ ଯବଗୋଷ୍ଠୀ ଦେଶ ବିଦେଶରେ ନାଁ କରନ୍ତୁ। ଆଜିଠୁ ନବୀନ ଓଡ଼ିଶା ମ୍ୟାଜିକ କାର୍ଡ ପଞ୍ଜିକରଣ ଆରମ୍ଭ ହେଲା। ମାଲକାନଗିରିରୁ ଆରମ୍ଭ କରି ବହୁତ ଖୁସି।

ଅନ୍ୟପଟେ, ଛାତ୍ରଛାତ୍ରୀଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ସେମାନଙ୍କୁ ଖୁବ୍‌ଶୀଘ୍ର ନୂଆ-ଓ ସ୍ମାର୍ଟକାର୍ଡ ଯୋଗାଇ ଦିଆଯିବ, ଯାହାଦ୍ୱାରା ସେମାନେ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ପାଇପାରିବେ। ବିଏସକେୱାଇ କାର୍ଡ଼ ପରେ ନବୀନ ମ୍ୟାଜିକ କାର୍ଡ଼। ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏକ ପ୍ରଶଂସନୀୟ ପଦକ୍ଷେପ। ସରକାରଙ୍କ ଦ୍ୱାରା ଲାଗୁ ହେବାକୁ ଥିବା ଏହି କାର୍ଡ଼ର ସୁବିଧା ସମସ୍ତ ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯିବ। ଆଜିଠୁ ଏହାର ଆବେଦନ ଆରମ୍ଭ।

ଛାତ୍ରଛାତ୍ରୀଙ୍କୁ ମିଳିବ ନୂଆ-ଓ ମ୍ୟାଜିକ କାର୍ଡ। ଆସନ୍ତା ଅଗଷ୍ଟ ୧୫ ତାରିଖରେ ମିଳିବ ଏହି ମ୍ୟାଜିକ କାର୍ଡ। କୌଣସି ସ୍ଥାନକୁ ଯାତ୍ରା କରୁଥିଲେ ଏହି କାର୍ଡରେ ଛାତ୍ରଛାତ୍ରୀଙ୍କୁ ରିହାତି ସୁବିଧା ମିଳିବ। ଏହି କାର୍ଡରେ ବିଭିନ୍ନ ୱାଇଫାଇ ପଏଣ୍ଟରେ ଇଣ୍ଟରନେଟ ସୁବିଧା ପାଇପାରିବେ। ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଉଥିଲେ ଏହାର ଡାଟାବେସ୍ ମ୍ୟାଜିକ କାର୍ଡରେ ମିଳିବ। ସେହିଭଳି ପରୀକ୍ଷା ଫଳ, ଉପସ୍ଥାନର ପୂରା ତଥ୍ୟ ମଧ୍ୟ ଏହି କାର୍ଡରେ ରହିବ। ଏହି କାର୍ଡକୁ ବିଭିନ୍ନ କମ୍ପାନିକୁ ଦିଆଯିବ। ଯିଏ ଯେଉଁ କ୍ଷେତ୍ରରେ ପାରଦର୍ଶୀ ଥିବେ ସେହି କ୍ଷେତ୍ରର କମ୍ପାନି ଗୁଡିକ ଡାଟାବେସ୍ ଅନୁଯାୟୀ ନିଯୁକ୍ତି ଦେବେ।

ସମସ୍ତ ଛାତ୍ର ଏହି କାର୍ଡ଼ର ସୁବିଧା ପାଇବେ ନାହିଁ। କିଛି ବିଶେଷ କ୍ଷେତ୍ରରେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀ ଏହି କାର୍ଡ଼କୁ ଆସେସ କରିବାର ସୁଯୋଗ ପାଇବେ। ଏକାଡେମିକ ଆକ୍ଟିଭିଟି, ମନୋରଞ୍ଜନ ଓ କାର୍ଯ୍ୟଦକ୍ଷତା ଆଧାରରେ ସେମାନଙ୍କୁ ଫ୍ୟାସିଲିଟି ପ୍ରଦାନ କରାଯିବ। ସରକାରୀ ଚାକିରିଆ ଓ ଆୟକର ଦାତାଙ୍କ ପିଲା ଏଥିରୁ ବାଦ ପଡ଼ିବେ। ଏହି କାର୍ଡ ମାଧ୍ୟମରେ ସେମାନଙ୍କର ରୋଜଗାରର ପଥ ମଧ୍ୟ ସୁଗମ ହେବ। ଏହି କାର୍ଡ ପିଲାଙ୍କ ବିକାଶର ପ୍ରମାଣ କାର୍ଡ ହେବ, ଯେଉଁଥିରେ ବିଭିନ୍ନ ସୁବିଧା ସୁଯୋଗ ଉପଲବ୍ଧ ହେବ। ସେମାନଙ୍କ ବିଭିନ୍ନ କାର୍ଯ୍ୟକଳାପ ମାଧ୍ୟମରେ ପଏଣ୍ଟ ଅନୁସାରେ ସ୍ୱର୍ଣ୍ଣ, ରୌପ୍ୟ ଓ ପ୍ଲାଟିମନରେ ବିଭକ୍ତ କରାଯାଇଛି।

ମ୍ୟାଜିକ କାର୍ଡ ପାଇଁ ଯୋଗ୍ୟତା ରହିଛି। ଆବେଦନକାରୀ ଓଡିଶାର ହୋଇଥିବା ଆବଶ୍ୟକ। ଆବେଦନକାରୀ ଜଣେ ଛାତ୍ର କିମ୍ୱା ଛାତ୍ରୀ ହୋଇଥିବେ। କେବଳ ଯୋଗ୍ୟ ପିଲା ଏହି କାର୍ଡ଼ର ସୁବିଧା ପାଇବେ। ଅନଲାଇନ ରେଜିଷ୍ଟ୍ରସନ ପରେ କାର୍ଡ଼ ଇସ୍ୟୁ ହେବା ନେଇ ସରକାର ଘୋଷଣା କରିପାରନ୍ତି। ପୂର୍ବରୁ ଅଗଷ୍ଟ ୧୫ରେ ଏହି କାର୍ଡ଼ ପ୍ରଦାନ କରାଯିବା ନେଇ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ କହିଥିଲେ।

Leave A Reply

Your email address will not be published.