ଚିଲିକାରେ ଫସିଲା ଭସାପୋଲ; ଯାତ୍ରୀ ହନ୍ତସନ୍ତ

ଓଏଲ୍ ବ୍ୟୁରୋ: ପୁଣିଥରେ ମଝି ଚିଲିକାରେ ଫସିଲା ଭସାପୋଲ। ଜହ୍ନିକୁଦାରୁ ସାତପଡ଼ା ଫେରିବା ବେଳେ ଫସିଲା ଭସାପୋଲ। ଭସାପୋଲରେ ପ୍ରାୟ ୪୦ ଯାତ୍ରୀ ଥିବାବେଳେ ୨୦ ବାଇକ ଥିବା ସୂଚନା ମିଳିଛି।
ସୂଚନା ଅନୁସାରେ, ଗତ ଡିସେମ୍ବର ୨୦ ତାରିଖରେ ଜହ୍ନିକୁଦାରୁ ସାତପଡ଼ା ଅଭିମୁଖେ ଯାଉଥିବା ବେଳେ ଡଙ୍ଗା ଅଟକିଥିଲା। ଡଙ୍ଗାରେ ୬୦ ଜଣ ଯାତ୍ରୀ ଓ ୪୦ଟି ବାଇକ ଥିବା ସୂଚନା ରହିଥିଲା। ମେସିନ୍ ଖରାପ ଯୋଗୁଁ ଡଙ୍ଗାଟି ଅଟକି ଥିବା ସୂଚନା ମିଳିଥିଲା।