ନିର୍ବାଚନୀ ଅନିୟମିତତା ମାମଲା: ମୋକିମଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି

ଓଏଲ୍ ବ୍ୟୁରୋ: କଂଗ୍ରେସ ନେତା ମହମ୍ମଦ ମୋକିମଙ୍କୁ ଆଶ୍ୱସ୍ତି ମିଳିଛି। ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରହିତାଦେଶ ଦେଲେ ସୁପ୍ରିମକୋର୍ଟ। କଟକ-ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲାରେ ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିଲେ ହାଇକୋର୍ଟ। ଅପରାଧିକ ମାମଲାର ସବିଶେଷ ତଥ୍ୟ ଦେଇ ନଥିବାରୁ ଅସିଦ୍ଧ ଘୋଷଣା ହୋଇଥିଲ। ମୋକିମଙ୍କ ବିରୋଧରେ ଦେବାଶିଷ ସାମନ୍ତରାୟ ମାମଲା କରିଥିଲେ। ନାମାଙ୍କନ ବେଳେ ସବିଶେଷ ତଥ୍ୟ ଦେଇ ନଥିବା ଅଭିଯୋଗ କରିଥିଲେ। ଏନେଇ ମାମଲାର ଶୁଣାଣି କରି ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିଲେ ହାଇକୋର୍ଟ। ବର୍ତ୍ତମାନ ଦେବାଶିଷ ସାମନ୍ତରାୟଙ୍କୁ ସୁପ୍ରିମକୋର୍ଟ ନୋଟିସ କରିଛନ୍ତି।