Odisha Link
Bridging the Missing Links in Odisha

ପାକିସ୍ତାନକୁ ଧୂଳି ଚଟାଇଲେ ଭାରତୀୟ ବଂଶୋଦ୍ଭବ, ବିଶ୍ବକପ୍‌ରେ ଇତିହାସ ରଚିଲା ଆମେରିକା

ଓଏଲ୍‌ ବ୍ୟୁରୋ: ପ୍ରଥମ ଥର ପାଇଁ ଟି-୨୦ ବିଶ୍ବକପ୍‌ ଆୟୋଜନ କରୁଥିବା ଏବଂ ପ୍ରଥମ ଥର ପାଇଁ ବିଶ୍ବକପ୍‌ ଖେଳୁଥିବା ଆମେରିକା ଦଳ ବିଶ୍ବ କ୍ରିକେଟରେ ଇତିହାସ ରଚି ଦେଇଛି। ୨୦୦୯ ମସିହାରେ ଟି-୨୦ ବିଶ୍ବକପ୍‌ ବିଜେତା ପାକିସ୍ତାନ ଦଳକୁ ସୁପର ଓଭର ମୁକାବିଲାରେ ହରାଇ ଦେଇଛି। ଚଳିତ ବିଶ୍ବକପ୍‌ରେ ଏହା ହେଉଛି ଦ୍ବିତୀୟ ସୁପର ଓଭର। ପ୍ରଥମ ସୁପର ଓଭର ନାମ୍ବିବିଆ ଓ ଓମାନ ମଧ୍ୟରେ ଖେଳା ଯାଇଥିଲା

ସବୁଠାରୁ ବଡ଼କଥା ହେଲା ଆମେରିକା ଦଳର ଅଧିନାୟକ ଗୁଜରାଟ ଜନ୍ମିତ ମୋନାଙ୍କ ପଟେଲ ଅଛନ୍ତି। ସେ ଭାରତରେ ଗୁଜରାଟର ଅଣ୍ଡର-୧୯ ଟିମ୍‌ ପକ୍ଷରୁ ଖେଳି ସାରିଛନ୍ତି। ସେହିପରି ଆମେରିକା ଦଳରେ ଭାରତର ସୌରଭ ନେତ୍ରଭଲକର ଅଛନ୍ତି। ଯିଏ କି ଭାରତ ପକ୍ଷରୁ ୨୦୧୦ ଅଣ୍ଡର-୧୯ ବିଶ୍ବକପ୍‌ ଖେଳି ସାରିଛନ୍ତି। ସେହିପରି ଆମେରିକା ଦଳରେ ଆଉ ଦୁଇ ଜଣ ଭାରତୀୟ ରହିଛନ୍ତି ହରମିତ ସିଂହ ଓ ଜସଦୀପ। ଦୁହେଁ ଭାରତ ପକ୍ଷରୁ ଅଣ୍ଡର-୧୯ ବିଶ୍ବକପ୍‌ ମଧ୍ୟ ଖେଳି ସାରିଛନ୍ତି। ବିଶେଷ ଭାବେ କହିବାକୁ ଗଲେ ପାକିସ୍ତାନ ବିପକ୍ଷ ମ୍ୟାଚରେ ଦୁଇ ଭାରତୀୟ ବଂଶୋଦ୍ଭବ ମୋନାଙ୍କ ପଟେଲ ଓ ସୌରଭ ନେତ୍ରଭଲକର ହିରୋ ସାଜିଥିଲେ।

ପାକିସ୍ତାନ ଦଳ ପ୍ରଥମେ ବ୍ୟାଟିଂ କରି ଆମେରିକା ଆଗରେ ୧୫୯ ରନର ଟାର୍ଗେଟ ରଖିଥିଲା। ବାବର ଆଜମ ସର୍ବାଧିକ ୪୪ ରନ୍‌ କରିଥିବା ବେଳେ ଅଲରାଉଣ୍ଡର ସାଦାବ ଖାନ ୪୦ ରନ କରି ଦଳକୁ ସମ୍ମାନଜନକ ସ୍କୋର କରିବାରେ ସହାୟକ ହୋଇଥିଲେ। ସେହିପରି ଆମେରିକା ପକ୍ଷରୁ ନଥୁଶ କେଞ୍ଜି୍‌ଗ ୩ଟି ଓ୍ବିକେଟ ନେଇଥିବା ବେଳେ ସୌରଭ ନେତ୍ରଭଲ୍‌କର ୨ଟି ଓ୍ବିକେଟ ନେଇଥିଲେ।

୧୫୯ ରନର ପିଛା କରି ଆମେରିକା ଦଳର ଅଧିନାୟକ ମୋନାଙ୍କ ପଟେଲେ ଅର୍ଦ୍ଧଶତକୀୟ ଇନିଂସ ଓ ଏଣ୍ଡ୍ରିସ ଗସଙ୍କ ୩୫ ରନ୍‌ ଓ ଏରୋନ ଜୋନ୍ସଙ୍କ ୩୬ ରନ୍‌ ବଳରେ ଆମେରିକା ସ୍କୋର ଟାଇ କରିବାରେ ସଫଳ ହୋଇଥିଲା। ପରେ ଚଳିତ ବିଶ୍ବକପ୍‌ର ଦ୍ବିତୟୀ ସୁପର ଓଭର ମୁକାବିଲା ଖେଳା ଯାଇଥିଲା।

ସୁପର୍ ଓଭରରେ ମହମ୍ମଦ ଆମିରଙ୍କ ବିପକ୍ଷରୁ ଆମେରିକା ୧୮ ରନ୍ ସଂଗ୍ରହ କରି ନେଇଥିଲା। ଏହା ମଧ୍ୟରେ ୩ ୱାଇଡ୍ ସାମିଲ ଥିଲା। ଜବାବରେ ଭାରତୀୟ ବଂଶୋଦ୍ଭବ ସୌରଭ ନେତ୍ରଭଲକରଙ୍କ ବିପକ୍ଷରେ କିନ୍ତୁ ପୂର୍ବତନ ବିଜେତା ପାକିସ୍ତାନ ଦଳ ୧୩ ରନ୍ ସଂଗ୍ରହ କରି ୫ ରନ୍‌ରେ ହାରିଯାଇଛି। ଏହି ବିଜୟ ସହିତ ଆମେରିକା ୨ରୁ ୨ ବିଜୟ ସହ ମଧ୍ୟ ଗ୍ରୁପ୍‌ ଏ’ର ଶୀର୍ଷ ସ୍ଥାନ ଦଖଲ କରିଛି।

Leave A Reply

Your email address will not be published.