Odisha Link
Bridging the Missing Links in Odisha

ନିଟ୍‌ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଅଭିଯୋଗ: ସ୍ପଷ୍ଟୀକରଣ ରଖିଲା ଏନ୍‌ଟିଏ

ଓଏଲ୍‌ ବ୍ୟୁରୋ: ସର୍ବଭାରତୀୟ ନିଟ୍‌ ପ୍ରବେଶିକା ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି। ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ପ୍ରଶ୍ନପତ୍ର ଲିକ୍ ନେଇ ଅନେକ ଅଭିଯୋଗ ସାମ୍ନାକୁ ଆସିଛି। ଯାହା ପରେ ଏନ୍ଟିଏ ପକ୍ଷରୁ ନିଟ୍‌ ପ୍ରବେଶିକା ପରୀକ୍ଷାଫଳ ନେଇ ସ୍ପଷ୍ଟି ରଖାଯାଇଛି। ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି ସ୍ପଷ୍ଟ କରିଛି ଯେ, ନିଟ୍‌ ପ୍ରବେଶିକା ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ସମ୍ବାଦ ପୁରାପୁରି ନିରାଧାର। ସୋସିଆଲ ମିଡିଆ ପ୍ରସାରିତ ପ୍ରଶ୍ନପତ୍ରର କଥିତ ଫଟୋର ବାସ୍ତବିକ ପ୍ରଶ୍ନପତ୍ର ସହ କୌଣସି ସମ୍ବନ୍ଧ ନାହିଁ। ପରୀକ୍ଷାର ପ୍ରଶ୍ନପତ୍ର ସମ୍ପୂର୍ଣ୍ଣ ସିସିଟିଭି ଆଧାରରେ ରହିଥିବା ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି ସ୍ପଷ୍ଟୀକରଣ ରଖିଛି।

Leave A Reply

Your email address will not be published.