Odisha Link
Bridging the Missing Links in Odisha

ଇତିହାସ ରଚିଲେ ଭିନେଶ ଫୋଗଟ, ଭାରତ ପାଇଁ ପଦକ ପକ୍କା କଲେ ଭିନେଶ

ଓଏଲ୍‌ ବ୍ୟୁରୋ: ଇତିହାସ ରଚିଲେ ମହିଳା କୁସ୍ତି ଯୋଦ୍ଧା ଭିନେଶ ଫୋଗାଟ। ଅଲିମ୍ପିକ୍ସର କୁସ୍ତି ବିଭାଗର ୫୦ କେଜି ଫ୍ରି ଷ୍ଟାଇଲ ଫାଇନାଲରେ ପ୍ରବେଶ କରିଛନ୍ତି ଭିନେଶ ଫୋଗାଟ। ଭାରତର ପ୍ରଥମ ମହିଳା କୁସ୍ତ ଯୋଦ୍ଧା ଭାବେ ଭିନେଶ ଫୋଗାଟ ଫାଇନାଲରେ ପ୍ରବେଶ କରିଛନ୍ତି। ଆସନ୍ତାକାଲି ସ୍ବର୍ଣ୍ଣ ପଦକ ପାଇଁ ଫାଇନାଲ ମ୍ୟାଚ୍‌ ଖେଳିବେ ଭିନେଶ। ଯଦି ମ୍ୟାଚ୍‌ ବି ହାରି ଯାଆନ୍ତି ତେବେ ରୌପ୍ୟ ପଦକ ପାଇବେ ଭିନେଶ ଫୋଗାଟ। ଭାରତ ପାଇଁ ୪ର୍ଥ ପଦକ ପକ୍କା କରିଛନ୍ତି ଭିନେଶ ଫୋଗାଟ।

ସେମି ଫାଇନାଲ ମୁକାବିଲାରେ ଭିନେଶ ଫୋଗଟ କ୍ୟୁବାର କୁସ୍ତି ଯୋଦ୍ଧା ଗୁଜମାନଙ୍କୁ ୫-୦ରେ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି। ସୂଚନାଥାଉକି, କ୍ବାର୍ଟର ଫାଇନାଲ ମୁକାବିଲାରେ ୟୁକ୍ରେନର ଲିବାକ ଓକସାନାଙ୍କୁ ୭-୫ରେ ହରାଇ ସେମି ଫାଇନାଲରେ ପ୍ରବେଶ କରିଥିଲେ ଭିନେଶ।

ଆଜି ୧୬ ରାଉଣ୍ଡ ମୁକାବିଲାରେ ଜର୍ମାନୀର ୟୁଇ ସୁସାକିଙ୍କୁ ମାତ୍‌ ଦେଇ କ୍ବାର୍ଟର ଫାଇନାଲ ମୁକାବିଲାରେ ପ୍ରବେଶ କରିଥିଲେ। ଭିନେଶ ଫୋଗଟ ୫୦ କେଜି ବର୍ଗରେ ଜାପାନର ୟୁଇ ସୁସାକିଙ୍କୁ ହରାଇ ଦେଇଛନ୍ତି।

ସୂଚନାଥାଉକି, ଜାପାନର ୟୁଇ ସୁସାକି ଟୋକିଓ ଅଲିମ୍ପିକ୍ସର ସ୍ବର୍ଣ୍ଣ ବିଜେତା ଥିଲେ। ଏଥିସହିତ ବିଶ୍ବ କୁସ୍ତି ର‍୍ୟାଙ୍କିର ପ୍ରଥମ ସ୍ଥାନରେ ରହିଛନ୍ତି। ସୁସାକିଙ୍କୁ ମାତ ଦେଇ କ୍ବାର୍ଟର ଫାଇନାଲରେ ବିନେଶ ଫୋଗଟ କରିଛନ୍ତି।