Odisha Link
Bridging the Missing Links in Odisha

ଜାଭେଲିନ୍‌ ‌ଥ୍ରୋ ଫାଇନାଲ ରାଉଣ୍ଡରେ ନୀରଜ ଚୋପ୍ରା

ଓଏଲ୍‌ ବ୍ୟୁରୋ: ପ୍ୟାରିସ ଅଲିମ୍ପିକ୍ସର ଜାଭେଲିନ ଥ୍ରୋ ଇଭେଣ୍ଟରେ ନୀରଜ ଚୋପ୍ରାଙ୍କ କମାଲ। ୮୯.୩୪ ମିଟର ଥ୍ରୋ ସହ ନିଜର ପ୍ରଥମ ପ୍ରୟାସରେ ଫାଇନାଲରେ ପହଞ୍ଚିଲେ ନୀରଜ ଚୋପ୍ରା ଅନ୍ୟପଟେ ଓଡ଼ିଆ ପୁଅ କିଶୋର ଜେନା ଫାଇନାଲ ରାଉଣ୍ଡରେ ପ୍ରବେଶ କରି ପାରି ନାହାନ୍ତି। ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ କିଶୋର ଜେନା ୮୦.୩ ମିଟର ଜାଭେଲିନ୍‌ ଥ୍ରୋ କରିଥିଲେ। ଫାଇନାଲ ରାଉଣ୍ଡକୁ ଉତିନ୍ନ ହେବା ପାଇଁ ୮୪ ମିଟର ରହିଥିଲା ଯୋଗ୍ୟତା ପର୍ଯ୍ୟାୟ ପଏଣ୍ଟ। ଯାହା ହାସଲ କରିବାରେ ବିଫଳ ହୋଇଛନ୍ତି ପ୍ରଥମ ଥର ପାଇଁ ଅଲିମ୍ପିକ୍ସରେ ପାଦ ଥାପିଥିବା କିଶୋର ଜେନା।