ମାଦକ ଦ୍ରବ୍ୟରେ ସାମିଲ୍ ହେଲା ‘ଭାଙ୍ଗ’, ସରକାର ଜାରି କଲେ ବିଜ୍ଞପ୍ତି

ଓଏଲ୍ ବ୍ୟୁରୋ: ରାଜ୍ୟ ସରକାର ନେଲେ ବଡ଼ ପଦକ୍ଷେପ। ମାଦକ ଦ୍ରବ୍ୟରେ ସାମିଲ୍ ହୋଇଛି ଭାଙ୍ଗ। ଏନେଇ ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ବିଜ୍ଞପ୍ତି ଅନୁଯାୟୀ, ଓଡ଼ିଶା ଏକ୍ସାଇଜ୍ ଆକ୍ଟ, ୨୦୦୮ (ଓଡ଼ିଶା ଆକ୍ଟ ୧୦, ୨୦୧୩)ର ଧାରା ୨ର କ୍ଲଜ (t) ଅନୁଯାୟୀ ଅବକାରୀ ବିଭାଗ ଏହି ଘୋଷଣା କରିଛି। ଭାଙ୍ଗ ଗଞ୍ଜେଇ ପତ୍ରରୁ ପ୍ରସ୍ତୁତ। ଯାହାକୁ ଧୂମପାନ, ଚୋବାଇ ଖାଇବା ଏବଂ ପଣା ଆଦିରେ ମିଶାଇ ବ୍ୟବହାର କରାଯାଇଥାଏ। ରାଜ୍ୟର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଭାବେ ଏହା ବ୍ୟବହୃତ ହୋଇଥାଏ।