Odisha Link
Bridging the Missing Links in Odisha

କଲିକତା: ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା, ସିବିଆଇକୁ ମିଳିଲା ତଦନ୍ତ ଦାୟିତ୍ବ

ଓଏଲ୍‌ ବ୍ୟୁରୋ: ସାରା ଦେଶକୁ ଦୋହଲାଇ ଦେଇଥିବା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ନୂଆ ମୋଡ଼। ଏହି ଚର୍ଚ୍ଚିତ ଘଟଣାର ଏଣିକି ତଦନ୍ତ କରିବ ସିବିଆଇ। ଏନେଇ ଆଜି କଲିକତା ହାଇକୋର୍ଟ ସିବିଆଇକୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି ସାରିଛି କଲିକତା ପୁଲିସ। ଏହାବାଦ ଆଜି ହାଇକୋର୍ଟ ସିବିଆଇକୁ ତଦନ୍ତ ଦାୟିତ୍ବ ହସ୍ତାନ୍ତର କରିଛନ୍ତି।ତୁରନ୍ତ ସିବିଆଇକୁ ଘଟଣା ସହ ଜଡ଼ିତ ସମସ୍ତ ଦସ୍ତାବିଜ ହସ୍ତାନ୍ତର କରିବାକୁ ହାଇକୋର୍ଟ ପୁଲିସ୍‌କୁ କହିଛନ୍ତି।

ସୂଚନାଥାଉକି, ପୀଡ଼ିତାଙ୍କ ପରିବାର ଲୋକ ମଧ୍ୟ ସ୍ୱାଧୀନ ସଂସ୍ଥା ଦ୍ୱାରା ତଦନ୍ତ କରିବାକୁ ଦାବି କରିଥିଲେ। ଏହାଦ୍ୱାରା ଘଟଣା ସହ ଜଡ଼ିତ ପ୍ରମାଣ ସହ କୌଣସି ପ୍ରକାରର ହେରଫେର ହେବନାହିଁ ବୋଲି ସେମାନେ ଦାବି କରିଥିଲେ। ଏହାକୁ ଗ୍ରହଣ କରି ହାଇକୋର୍ଟ ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

୩୧ ବର୍ଷୀୟା ପୀଡ଼ିତା କୋଲକତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ଭାବେ କାମ କରୁଥିଲେ। ଉକ୍ତ ମେଡିକାଲର କ୍ୟାମ୍ପସ୍‌ରେ ଥିବା ସେମିନାର ହଲ୍‌ରେ ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ଶୁକ୍ରବାର ସକାଳେ ତାଙ୍କ ମୃତଦେହ ମିଳିଥିଲା। ଏହି ମାମଲାରେ ପୁଲିସ୍‌ ସିଭିକ ସ୍ୱେଚ୍ଛାସେବୀ ଭାବେ କାମ କରୁଥିବା ସଞ୍ଜୟଙ୍କୁ ଗିରଫ କରିଛି।

ସୂଚନାଥାଉକି, ଗୁରୁବାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ୩୧ ବର୍ଷୀୟ ଟ୍ରେନି ଡାକ୍ତରଙ୍କୁ ଭୟଙ୍କର ଢଙ୍ଗରେ ଦୁଷ୍କର୍ମ କରାଯିବ ସହ ହତ୍ୟା କରାଯାଇଥିଲା।