Odisha Link
Bridging the Missing Links in Odisha

କଟକ ଏସ୍‌ସିବିରେ ୨ ରୋଗୀଙ୍କୁ ଦୁଷ୍କର୍ମ ଅଭିଯୋଗ

ଓଏଲ୍‌ ବ୍ୟୁରୋ: କଟକ ବଡ଼ ମେଡିକାଲରେ ୨ ରୋଗୀଙ୍କୁ ଦୁଷ୍କର୍ମ ଅଭିଯୋଗ। କାର୍ଡିଓଲୋଜି ବିଭାଗର ଜଣେ ଡାକ୍ତର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଇସିଜି କରିବା ବାହାନାରେ ଦୁଷ୍କର୍ମ କରିଥିବା ଅଭିଯୋଗ। ଡାକ୍ତରଙ୍କ ନାଁରେ ମଙ୍ଗଳବାଗ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅନ୍ୟପଟେ ପୀଡ଼ିତାଙ୍କ ସମ୍ପର୍କୀୟଙ୍କ ଆକ୍ରମଣରେ ଡାକ୍ତର ଗୁରୁତର ହୋଇଥିବା ସୂଚନା ରହିଛି।

ଗୁରୁତର ଡାକ୍ତର ଏସ୍‌ସିବି ଆଇସିୟୁରେ ଭର୍ତ୍ତି ହୋଇଥିବା ସୂଚନା। ଦୁଷ୍ମର୍ମ ଅଭିଯୋଗ ପ୍ରସଙ୍ଗରେ ଡିସିପିଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ୧୬୧, ୧୬୪ ଧାରାରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯିବ। ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇ ତଦନ୍ତ କରାଯିବ।

ସୂଚନାଥାଉକି, କଲିକତାରେ ଡାକ୍ତର ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସାରା ଦେଶରେ ପ୍ରତିବାଦ ଚାଲିଥିବା ବେଳେ କଟକ ବଡ଼ ମେଡିକାଲରୁ ଏଭଳି ଖବର ଆସିଛି ଯାହା ସମସ୍ତଙ୍କୁ ଚକିତ କରିଛି।