ଖୋଲିବ ସବୁ ପୁରୁଣା ଫାଇଲ୍, ଏଭଳି କାହିଁକି କହିଲେ ଆଇନ୍ ମନ୍ତ୍ରୀ

ଓଏଲ୍ ବ୍ୟୁରୋ: ସରକାର ଗଠନ କରିବାର ୨ ମାସ ପରେ ବଡ଼ ମନ୍ତବ୍ୟ ରଖିଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ବିୀରାଜ ହରିଚନ୍ଦନ। ବିଜେପି ସରକାର ସବୁ ପୁରୁଣା ଫାଇଲ୍ ଖୋଲିବ। ଆଉ ଅଭିଯୁକ୍ତଙ୍କୁ ଉଚିତ୍ ଦଣ୍ଡ ଦେବା ପାଇଁ ପ୍ରୟାସ କରିବ ବୋଲି କହିଛନ୍ତି ଆଇନ୍ ମନ୍ତ୍ରୀ।
ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ବେଳେ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ରା୍ୟ ସରକାର ସବୁ ପୁରୁଣା ଫାଇଲ୍ ଖୋଲିବାକୁ ଉଦ୍ୟମ ଆରମ୍ଭ କରି ସାରିଛନ୍ତି। ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାର କେସ୍ ରିଓପନ କରାଯିବ। ନବ ଦାସ ଜଣେ ବିଜେଡି ନେତା ହେଲେ ମଧ୍ୟ ସେ ଜଣେ ମନ୍ତ୍ରୀ ଥିଲେ। ଆଉ ସ୍ପଷ୍ଟ ଦିବାଲୋକରେ ଜଣେ ମନ୍ତ୍ରୀଙ୍କ ହତ୍ୟାକୁ କେବେ ବି ହାଲକା ଭାବେ ଗ୍ରହଣ କରାଯାଇ ପାରିବନାହିଁ ବୋଲି ସେ କହିଛନ୍ତି।
ସେ ଆହୁରି କହିଛନ୍ତି, ଖାଲି ନବ ଦାସ ହତ୍ୟା ମାମଲା ନୁହେଁ, ଅନେକ ପୁରୁଣା କେସର ରିଓପନ କରାଯିବ। ୨୦୦୮ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ମାମଲା, ୨୦୨୨ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ମଧ୍ୟ ରିଓପନ ହେବ ବୋଲି ଆଇନମନ୍ତ୍ରୀ କହିଛନ୍ତି।