Odisha Link
Bridging the Missing Links in Odisha

ଏଥର ହେବ କି ଛାତ୍ର ସଂସଦ ନିର୍ବାଚନ? ଉଚ୍ଚଶିକ୍ଷା ମନ୍ତ୍ରୀ ରଖିଲେ ପ୍ରତିକ୍ରିୟା

ଓଏଲ୍‌ ବ୍ୟୁରୋ: ପୁଣିଥରେ ଉଠିଲା ଛାତ୍ର ସଂସଦ ନିର୍ବାଚନ ପ୍ରସଙ୍ଗ। ଆଇନ୍‌ ମନ୍ତ୍ରୀଙ୍କ ବୟାନ ପରେ ଆଜି ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବୟାନ ଛାତ୍ର ସଂସଦ ନିର୍ବାଚନକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ଛାତ୍ର ସଂସଦ ନିର୍ବାଚନ ପ୍ରସଙ୍ଗରେ ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ଠିକ୍‌ ସମୟରେ ସରକାର ଠିକ୍‌ ନିଷ୍ପତ୍ତି ନେବେ। ଛାତ୍ର ସଂସସଦ ନିର୍ବାଚନ ସମ୍ପର୍କରେ ସରକାରୀ ନିଷ୍ପତ୍ତି ଆପଣମାନେ ଆଗକୁ ଜାଣିପାରିବେ।

ସୂଚନାଥାଉକି, ୩ ଦିନ ତଳେ ଆଇନ ମନ୍ତ୍ରୀ ଗଣମାଧ୍ୟମରେ କହିଥିଲେ ଯେ ଏବର୍ଷ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ। ନୂଆ ସରକାର ଗଠନ ହେବା ପରଠୁ ଯଥେଷ୍ଟ ସମୟ ନଥିବାରୁ ଚଳିତବର୍ଷ ଛାତ୍ର ସଂସଦ ନିର୍ବାଚନ ହୋଇପାରିବନି। ଏନେଇ କଲେଜ ଗୁଡ଼ିକୁ ପ୍ରସ୍ତୁତ କରାଯାଇ ଆସନ୍ତା ବର୍ଷ କଲେଜଗୁଡ଼ିକୁ ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରସ୍ତୁତ କରାଯିବ ବୋଲି କହିଥିଲେ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ।

ଅନ୍ୟପଟେ ରାଜ୍ୟର ୩ ପ୍ରମୁଖ ଛାତ୍ର ସଙ୍ଗଠନ ଛାତ୍ର ସଂସଦ ନିର୍ବାଚନ ପାଇଁ ଦାବି କରିଛନ୍ତି। ବିଜୁ ଛାତ୍ର ଜନତା ଦଳ, ଏନ୍‌ଏସ୍‌ୟୂଆଇ ଓ ଏବିଭିପି ନିର୍ବାଚନ ଦାବି କରିଛନ୍ତି।