Odisha Link
Bridging the Missing Links in Odisha

ଗୃହରେ ମନ୍ତ୍ରୀଙ୍କ ଦୃଢ଼ୋକ୍ତି: ଡାକ୍ତରଙ୍କ ସୁରକ୍ଷା ପାଇଁ ଟାସ୍କଫୋର୍ସ ଗଠନ

ଓଏଲ୍‌ ବ୍ୟୁରୋ: ଆଜି ଚଉଦ ଦିନରେ ପହଂଚିଛି ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ। ଗୃହ କାର୍ଯ୍ୟ ସୁରୁଖୁରୁରେ ଆରମ୍ଭ ହୋଇଥିବାବେଳେ ବିଭିନ୍ନ ବିଭାଗର ପ୍ରଶ୍ନକାଳ ରହିଛି। ବିଧାୟକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ। ଏସବୁ ଭିତରେ ଆର୍ ଜି କର ମେଡିକାଲ କଲେଜ ଘଟଣାକୁ ସରକାର ଗମ୍ଭୀରତାର ସହ ନେଇଛନ୍ତି।

ରାଜ୍ୟରେ କାର୍ଯ୍ୟରତ ଡାକ୍ତରମାନଙ୍କ ସୁରକ୍ଷାକୁ ପାଇଁ ରାଜ୍ୟ ସରକାର ଏକ ଟାସ୍କଫୋର୍ସ ଗଠନ କରିଛନ୍ତି। ସେହିପରି ପ୍ରତିଟି ମେଡିକାଲ କଲେଜ୍ ପରିସରରେ ପୁଲିସ ଆଉଟପୋଷ୍ଟ ପ୍ରତିଷ୍ଠା କରାଯିବ। ଆଜି ଗୃହରେ ମୁଲତବୀ ଆଲୋଚନାରେ ଉତ୍ତର ରଖିବା ବେଳେ ସଂସଦୀୟ ବ୍ୟପାର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଉପରୋକ୍ତ ସୂଚନା ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି ଯେ ମହିଳା, ଶିଶୁ ଅପରାଧ କ୍ଷେତ୍ରରେ ଆମ ସରକାର ଶୂନ୍ୟ ସହନଶୀଳ ନୀତି ଅବଲମ୍ବନ କରୁଛନ୍ତି। ସେମାନଙ୍କ କ୍ଷେତ୍ରରେ ଘଟୁଥିବା ପ୍ରତିଟି ଅପରାଧର ବିଚାର ପ୍ରକ୍ରିୟା ତ୍ୱରିତ ଭାବରେ କରାଯିବା ସହ ଦୋଷୀଙ୍କୁ କଡ଼ା ଦଣ୍ଡବିଧାନ ଆମର ସର୍ବୋଚ୍ଚ ପ୍ରାଥମିକତା ଅଟେ। ଏନେଇ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

Leave A Reply

Your email address will not be published.