ଧାରଣାରେ ସଫେଇ କର୍ମଚାରୀ, ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖିଲେ ହସ୍ପିଟାଲ କର୍ତ୍ତୃପକ୍ଷ

ଓଏଲ୍ ବ୍ୟୁରୋ: ଆରମ୍ଭ ହୋଇଛି ପାର୍ବଣ ଋତୁ। ଆଉ କିଛି ଦିନ ପରେ ମହାସମାରୋହରେ ପାଳନ ହେବ ଦଶହରା। ଏହା ପୂର୍ବରୁ କ୍ୟାପିଟାଲ ହସ୍ପିଟାଲରେ ସଫେଇ କର୍ମଚାରୀ ଆନ୍ଦୋଳନ କରିଛନ୍ତି। ୩୦୦ରୁ ଅଧିକ କର୍ମଚାରୀ କାର୍ଯ୍ୟ ବନ୍ଦ ଆନ୍ଦୋଳନରେ ବସିଛନ୍ତି। ମାସକୁ ୪ ଦିନ ଛୁଟି ସହ ପୂଜା ବୋନସ ଦାବିରେ କର୍ମଚାରୀ ଆନ୍ଦୋଳନ କରିଛନ୍ତି। ଆଗକୁ ପୂଜା ଆସୁଥିବାରୁ ପୂଜା ବୋନସ ଦାବିରେ କର୍ମଚାରୀ ଆନ୍ଦୋଳନ କରିଛନ୍ତି। ଦରମା ବୃଦ୍ଧି ଓ ଦଶହରା ବୋନସ ଦାବିରେ ସଫେଇ କର୍ମଚାରୀମାନେ ହସ୍ପିଟାଲ ସମ୍ମୁଖରେ ପ୍ରଶାସନିକ ବିଭାଗ ସମ୍ମୁଖରେ ଧାରଣା ଦେଇଛନ୍ତି।
ଏନେଇ କ୍ୟାପିଟାଲ ହସ୍ପିଟାଲ ଅଧୀକ୍ଷକ ପତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବିନା ଅନୁମତିରେ ଧାରଣାରେ ବସିଛନ୍ତି ସଫେଇ କର୍ମଚାରୀ। ଦରମା ବୃଦ୍ଧି ଓ ବୋନସ ନେଇ ମ୍ୟାନେଜମେଣ୍ଟ ସହ କଥା ହୁଅନ୍ତୁ। ଧାରଣା ନେଇ ମ୍ୟାନେଜମେଣ୍ଟକୁ ଚିଠି ଲେଖି ଜଣାଇଛୁ। ଆଲୋଚନା ପାଇଁ ଠିକା ସଂସ୍ଥା ଓ କର୍ମଚାରୀଙ୍କୁ ଡକାଯାଇଛି। ହସ୍ପିଟାଲ ସଫେଇ ନ ହେବା ନେଇ ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖାଯାଇଛି। ବିଏମସି, ଜିଲ୍ଲାପାଳ ଓ ଏନଏଚଏମଙ୍କୁ ଚିଠି ଲେଖାଯାଇଛି।
ଅନ୍ୟପଟେ, ଆନ୍ଦୋଳନ କାରଣରୁ କ୍ୟାପିଟାଲ ହସ୍ପିଟାଲ ପରିସରରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ପୁଲିସ ଆଇନ ଶୃଙ୍ଖଲା ପରିସ୍ଥିତିକୁ ନେଇ କର୍ମଚାରୀଙ୍କୁ ବୁଝାସୁଝା କରିଥିଲା। ହେଲେ ଦରମା ବୃଦ୍ଧି ସହ ଦଶହରା ବୋନସ ନ ମିଳିବା ଯାଏଁ ସେମାନଙ୍କର ଧାରଣା ଜାରି ରହିବ ବୋଲି ସଫେଇ କର୍ମଚାରୀମାନେ କହିଛନ୍ତି। ସଫେଇ କର୍ମଚାରୀମାନେ ଜିଦ୍ରେ ଅଟଳ ଥିବାରୁ ହସ୍ପିଟାଲର ବିଭିନ୍ନ କାର୍ଯ୍ୟ ଠପ୍ ହୋଇପଡିଛି।