ପୁଣେ ଟେଷ୍ଟ: ଟର୍ଣ୍ଣିଂ ଟ୍ରାକ୍ରେ ଫସିଲା ଭାରତ, ୧୫୬ ରନ୍ରେ ଅଲଆଉଟ୍ ରୋହିତ ବାହିନୀ

ଓଏଲ୍ ବ୍ୟୁରୋ: ନିଜ ଜାଲରେ ନିଜେ ଫଶିଲା ଟିମ୍ ଇଣ୍ଡିଆ। ସ୍ପିନ୍ ଟ୍ରାକ ପିଚରେ ଫସିଲା ଭାରତ। ସାଣ୍ଟନରଙ୍କ ୭ ଓ୍ବିକେଟ ସଫଳତା ଆଗରେ ଫିକା ପଡ଼ିଲା ଟିମ୍ ଇଣ୍ଡିଆ। ପ୍ରଥମ ଇନିଂସରେ ମାତ୍ର ୧୫୬ ରନ୍ କରି ଅଲଆଉଟ୍ ହୋଇଛି ଟିମ୍ ଇଣ୍ଡିଆ। କେବଳ ଅଲଆଉଟ୍ ନୁହେଁ ନ୍ୟୁଜିଲାଣ୍ଡଠୁ ୧୦୩ ରନ୍ ପଛରେ ରହିଛି ଭାରତ। ଅର୍ଥାତ୍ ନ୍ୟୁଜିଲାଣ୍ଡ ଦଳ ୧୦୩ ରନରେ ଆଗୁଆ ରହିଛି।
ନ୍ୟୁଜିଲାଣ୍ଡ ଦଳ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦଳ ପ୍ରଥମ ଇନିଂସରେ ୨୫୯ ରନ୍ ସ୍କୋର କରି ଅଲଆଉଟ୍ ହୋଇଥିଲା। ଭାରତୀୟ ଦଳ ୨୫୯ ରନ୍କୁ ପିଛା କରି ବ୍ୟାଟିଂ ଆରମ୍ଭ କରିଥିଲା। ହେଲେ ଦଳକୁ ପ୍ରାରମ୍ଭିକ ଝଟକା ଦେଇଥିଲେ ଟିମ୍ ସାଉଦି। ସେ ଅଧିନାୟକ ରୋହିତ ଶର୍ମାଙ୍କୁ ଶୂନ ରନ୍ରେ ପ୍ୟାଭିଲିଅନ୍ ପଠାଇଥିଲେ। ପରେ ଦଳୀୟ ସ୍କୋର ୫୦ ହୋଇଥିବା ବେଳେ ଶୁଭମନ ଗିଲ୍ ୩୦ ରନ୍ କରି ଆଉଟ୍ ହୋଇଥିଲେ। ପରେ ନିୟମିତ ବ୍ୟବଧାନରେ ଓ୍ବିକେଟ ପଡ଼ିବାରୁ ଭାରତୀୟ ଦଳ ୧୫୬ ରନରେ ଅଲଆଉଟ୍ ହୋଇଛି।
ଭାରତୀୟ ଦଳ ପକ୍ଷରୁ ରବୀନ୍ଦ୍ର ଜାଡେଜା ସର୍ବାଧିକ ୩୮ ରନ୍ କରିଥିବା ବେଳେ ନ୍ୟୁଜିଲାଣ୍ଡ ଦଳ ପକ୍ଷରୁ ସର୍ବାଧିକ ଓ୍ବିକେଟ ମିଚେଲ୍ ସାଣ୍ଟନର ନେଇଛନ୍ତି। ସେ ୭ଟି ଓ୍ବିକଷଟ ନେଇଛନ୍ତି। ଏହା ହେଉଛି ତାଙ୍କ ଟେଷ୍ଟ କ୍ୟାରିୟରର ଶ୍ରେଷ୍ଠ ବୋଲିଂ ଫିଗର।