Odisha Link
Bridging the Missing Links in Odisha

ନ୍ୟୁଜିଲାଣ୍ଡ ରଚିଲା ଇତିହାସ, ୨୪ ବର୍ଷ ପରେ ନିଜ ମାଟିରେ ସିରିଜ ହାରିଲା ଭାରତ

ଓଏଲ୍‌ ବ୍ୟୁରୋ: ମୁମ୍ବାଇ ଟେଷ୍ଟରେ ବି ଟିମ୍‌ ଇଣ୍ଡିଆର ଶୋଚନୀୟ ପରାଜୟ। ସମାନ ଭୁଲ୍‌କୁ ଦୋହରାଇବା ସହିତ ମୁମ୍ବାଇ ଟେଷ୍ଟ ହାରିଛି ଭାରତ। ପୁଣିଥରେ ଭାରତୀୟ ବ୍ୟାଟର ନିରାଶ କରିଛନ୍ତି। ନ୍ୟୁଜିଲାଣ୍ଡ ଦଳ ଭାରତ ମାଟିରେ ଭାରତକୁ ହ୍ବାଇଟ୍‌ଓ୍ବାସ୍‌ କରିଛି। ୨୪ ବର୍ଷ ପରେ ଭାରତୀୟ ଦଳ ଭାରତରେ ଟେଷ୍ଟ ସିରିଜ ହାରିଛି। ଏହାପୂର୍ବରୁ ୨୦୦୦ ମସିହାରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ହାରିଥିଲା ଭାରତ।