Odisha Link
Bridging the Missing Links in Odisha

‘ସୁଦୃଢ଼ ହେବ ନ୍ୟାୟ ବ୍ୟବସ୍ଥା, ଅଳିଆଗଦାକୁ ଯିବ ଅଦରକାରୀ ଆଇନ’

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଅଦରକାରୀ ଆଇନକୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଖୁବଶୀଘ୍ର ସେହି ଆଇନ ଗୁଡିକୁ ଅଳିଆ ଗଦାକୁ ପକା ହେବ। ଆଜି ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ନ୍ୟାୟ ସଂହିତା ଉପରେ ଜାଗୃତିକରଣ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟର ଆଇନ ବ୍ୟବସ୍ଥା ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି। ରାଜ୍ୟର ଆଇନ ବ୍ୟବସ୍ଥା ସମ୍ପର୍କରେ ଲୋକଙ୍କୁ ସଚେତନ କରିବାକୁ ପରାମର୍ଶ ଦେଇଛନ୍ତି। ଖୁବଶୀଘ୍ର ରାଜ୍ୟ ସରକାର ଲ-ରିଭିଜନ କମିଶନ କରି ଅଦରକାରୀ ଆଇନ ପରିବର୍ତ୍ତନ ବ୍ୟବସ୍ଥା କରାଯିବ। ଯେଉଁ ଅପ୍ରାସଙ୍ଗିକତା ଏବଂ ଅଦରକାରୀ ଆଇନ ରହିଛି ସେଗୁଡିକର ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି।

ମହିଳା ବିରୋଧୀ ଅପରାଧ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ରାଜ୍ୟରେ ମହିଳା ବିରୋଧୀ ଅପରାଧରେ ଦଣ୍ଡ ବିଧାନର ହାର ଏକ ଅଙ୍କ ବିଶିଷ୍ଟ। NCRB ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ଦଣ୍ଡ ବିଧାନର ହାର ନଗଣ୍ୟ। ମହିଳା ବିରୋଧୀ ଅପରାଧରେ ଦଣ୍ଡ ବିଧାନ ହାର ମାତ୍ର ୯.୩ ପ୍ରତିଶତ। ଦଣ୍ଡ ବିଧାନ ହାର କମିବାର ଦୁଇଟି କାରଣ ରହିଛି। ଗୋଟିଏ କାରଣ ହେଉଛି ଖାମଖିଆଲି ଢଙ୍ଗରେ ତଦନ୍ତ କରିବା। ଅନ୍ୟ କାରଣଟିକୁ ରାଜନୈତିକ ଇଚ୍ଛା ଶକ୍ତିର ଅଭାବ। ପୂର୍ବ ସରକାର ମହିଳା ସଶକ୍ତୀକରଣ ଉପରେ କେବଳ ଡିଣ୍ଡିମ ପିଟୁ ଥିଲେ। ଏସବୁ କଥା ଆଉ ଚଳିବ ନାହିଁ ବୋଲି ରୋକ୍‌ଠୋକ୍‌ କହିଛନ୍ତି ମୁଖ୍ୟମନ୍ତ୍ରୀ।

Leave A Reply

Your email address will not be published.