Odisha Link
Bridging the Missing Links in Odisha

ଭରତପୁର ଥାନା ମାମଲା: କମିଶନଙ୍କ ନିକଟରେ ମେଜର ଓ ବାନ୍ଧବୀ ହାଜର

ଓଏଲ୍‌ ବ୍ୟୁରୋ: ଭୁବନେଶ୍ଵର ଭରତପୁର ଥାନା ପୁଲିସ-ଆର୍ମି ବିବାଦ ଘଟଣାର ତଦନ୍ତ ଜାରି ରହିଛି। ଘଟଣାରେ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ ସମସ୍ତଙ୍କୁ ହାଜର ପାଇଁ ତଦନ୍ତ କମିଶନଙ୍କ ନୋଟିସ୍ କ୍ରମେ ମେଜର ଓ ବାନ୍ଧବୀ ହାଜର ହୋଇଛନ୍ତି। କମିଶନଙ୍କ ନିକଟରେ ନିଲମ୍ବିତ ୫ ପୁଲିସ କର୍ମଚାରୀ ହାଜର ହେବେ। ନିଲମ୍ବିତ ଥାନାଧିକାରୀ ଦୀନକୃଷ୍ଣ ମିଶ୍ର, ମେଜର ଓ ପୀଡ଼ିତାଙ୍କୁ ହାଜର ନୋଟିସ୍ ହୋଇଥିବାବେଳେ ରାସ୍ତାରେ ଆକ୍ରମଣ କରିଥିବା ଯୁବକମାନଙ୍କୁ ମଧ୍ୟ ହାଜର ହେବାକୁ ନୋଟିସ୍ ହୋଇଥିଲା। ରାସ୍ତାରେ ଆକ୍ରମଣ କରିଥିବା ଯୁବକମାନଙ୍କ ପାଇଁ ତାଙ୍କ ଓକିଲ ହାଜର ହୋଇଛନ୍ତି। ବ୍ୟକ୍ତିଗତ ହାଜର ନଚେତ୍ ଓକିଲଙ୍କ ଜରିଆରେ ହାଜର ହେବାକୁ ନୋଟିସ୍‌ ହୋଇଥିଲା।

Leave A Reply

Your email address will not be published.