ଆପ୍ ଛାଡ଼ି ବିଜେପିରେ ମିଶିଲେ କୈଳାଶ ଗହଲୋଟ, ଦିଲ୍ଲୀ ରାଜନୀତିରେ ହଟଚମଟ

ଓଏଲ୍ ବ୍ୟୁରୋ: ଆମ୍ ଆଦମୀ ପାର୍ଟିରୁ ଇସ୍ତଫା ଦେଇଥିବା କୈଳାଶ ଗହଲୋଟ ଆଜି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ବିଜେପି ସଦସ୍ୟତା ଗ୍ରହଣ କରିଛନ୍ତି କୈଳାଶ। ଦିିଲ୍ଲୀ ବିଜେପି କାର୍ଯ୍ୟାୟରେ ଆୟୋଜି ମିଶ୍ରଣ ପର୍ବରେ ବିଜେପିର ବରିଷ୍ଠ ନେତା ମନୋହର ଲାଲ ଖଟ୍ଟର, ବୈଜୟନ୍ତ ପଣ୍ଡା, ଦୁଷ୍ମନ୍ତ ଗୌତମ ଓ ହର୍ଷ ମଲହୋତ୍ରାଙ୍କ ଉପସ୍ଥିତିରେ କୈଳାଶ ବିଜେପିରେ ଯୋଗ ଦେଇଛନ୍ତି।
ସୂଚନାଥାଉକି, ଦିନକ ତଳେ କୈଳାଶ ଗହଲୋଟ ଆମ୍ ଆଦମୀ ପାର୍ଟିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ। ଯାହାକୁ ନେଇ ଦିଲ୍ଲୀ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଥିଲା। କୈଳାଶଙ୍କ ଇସ୍ତଫାକୁ ନେଇ ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିଓ୍ବାଲ କହିଥିଲେ ତାଙ୍କ ଇଚ୍ଛା ସେ ଯେଉଁଠିକି ଯିବେ।