Odisha Link
Bridging the Missing Links in Odisha

ପର୍ଥ ଟେଷ୍ଟ: ଭଲ ଖବର ଦେଲେ ବୋଲିଂ କୋଚ୍‌, କହିଲେ ଏହି କଥା

ଓଏଲ୍‌ ବ୍ୟୁରୋ: ଆଉ ଦିନକ ପରେ ଆରମ୍ଭ ହେବ ବର୍ଡର-ଗାଭାସ୍କର ଟ୍ରଫି। ଏହିି ମହାମୁକାବିଲା ପାଇଁ ପ୍ରସ୍ତୁତ ଭାରତ-ଅଷ୍ଟ୍ରେଲିଆ ଦଳ। ବିଶ୍ବ କ୍ରିକେଟର ଦୁଇ ଶକ୍ତିଶାଳୀ ମଧ୍ୟରେ ଦେଖିବାକୁ ମିଳିବ କଡ଼ା ଟକ୍କର। ଯାହାକୁ ଚାହିଁ ରହିଛନ୍ତି ବିଶ୍ବର ଅଗଣିତ କ୍ରିକେଟ ପ୍ରେମୀ। ପର୍ଥ ଟେଷ୍ଟ ପୂର୍ବରୁ ଟିମ୍‌ ଇଣ୍ଡିଆର ବୋଲିଂ କୋଚ୍‌ ମର୍ନିଂ ମୋର୍କେଲ ଏଭଳି କିଛି କହିଛନ୍ତି, ଯାହା ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବରଠୁ କମ୍‌ ନାହିଁ। ଟିମ୍‌ ଇଣ୍ଡିଆର ଷ୍ଟାର ଖେଳାଳି ଶୁଭମନ ଗିଲ୍‌ଙ୍କୁ ନେଇ ଦେଇଛନ୍ତି ବଡ଼ ସୂଚନା।

ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମୁକାବିିଲା ପୂର୍ବରୁ ଆଜି ଟିିମ୍‌ ଇଣ୍ଡିଆର ବୋଲିଂ କୋଚ୍‌ ମର୍ନିଂ ମୋର୍କେଲ ସ୍ବାମ୍ବାଦିକ ସମ୍ମିଳନୀର ସାମ୍ନା କରିଛନ୍ତି। ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ରଖିଛନ୍ତି ମୋର୍କେଲ। ଶୁଭମନ ଗିଲ୍‌ଙ୍କ ଆହତକୁ ନେଇ ପ୍ରଶ୍ନ ଉଠାଇଥିଲେ ସାମ୍ବାଦିକ ତାର ଉତ୍ତରରେ ମୋର୍କେଲ କହିଛନ୍ତି, ଆହତ ସମସ୍ୟାରରୁ ମୁକୁଳୁଛନ୍ତି ଗିଲ୍। ଦିନକୁ ଦିନ ତାଙ୍କ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସୁଛି। ଆମେ ପର୍ଥ ଟେଷ୍ଟର ସକାଳୁ ନିଷ୍ପତ୍ତି ନେବୁୁ ଯେ ସେ ମ୍ୟାଚ୍‌ ଖେଳିବେ ନା ନାହିଁ। ସେ ଅଭ୍ୟାସ ମ୍ୟାଚରେ ଭଲ ଲୟରେ ଥିଲେ। ଆଉ ଭଲ ବ୍ୟାଟିଂ ବି କରିଥିଲେ। ସେଥିପାଇଁ ସମସ୍ତେ ଆଶା ରଖିଛନ୍ତି ଯେ ଗିିଲ୍‌ ପର୍ଥ ଟେଷ୍ଟ ଖେଳିବା ପାଇଁ।

ସେହିପରି ଟିମ୍‌ ଇଣ୍ଡିଆର ବ୍ୟାଟିଂ ଲାଇନ୍‌ ଅପ୍‌ ଉପରେ ଥିବା ଚାପକୁ ନେଇ ପ୍ରଶ୍ନ କରିଥିଲେ ନେଇ ସେ କହିଛନ୍ତି, ଚାପ ଅଲଗା କଥା। କିନ୍ତୁ ଭାରତୀୟ ଦଳରେ ଏବେ ଅନେକ ଯୁବ ଖେଳାଳି। ନୂଆ ଜୋଶ ସହିତ ପଡ଼ିଆକୁ ଓହ୍ଲାଇବ ଭାରତ। ଅଷ୍ଟ୍ରେଲିଆ ଶକ୍ତିଶାଳୀ ଦଳ। ତାଙ୍କୁ ଆମେ ଗୋଟିଏ ଗୋଟିଏ ସେସନରେ ପାଣି ପିଇବାକୁ ଯୋଜନା କରିଛୁ ବୋଲି କହିଛନ୍ତି ମୋର୍କେଲ।

ମହମ୍ମଦ ସାମିଙ୍କୁ ନେଇ ମୋର୍କେଲ ମଧ୍ୟ କହିଛନ୍ତି। ସେ କହିଛନ୍ତି ଆମେ ସାମିଙ୍କ ଉପରେ କଡ଼ା ନଜର ରଖିଛୁ। ସେ ଏକ ବର୍ଷ ହେବ କ୍ରିକେଟରୁ ଦୂରରେ ଥିଲେ। ଆମ ପାଇଁ ବଡ଼କଥା ହେଲା ସେ ପୁଣିଥରେ ପଡ଼ିଆକୁ ଫେରିଛନ୍ତି। ସେ ଜଣେ ବିଶ୍ବସ୍ତରୀୟ ବୋଲର। ସେହିପରି ବୁୁମରାହଙ୍କୁ ନେଇ ମୋର୍କେଲ କହିଛନ୍ତି ଯେ ସେ ଜଣେ ଲିଡର ଖେଳାଳି। ରୋହିତଙ୍କ ଅନୁୁପସ୍ଥିତିରେ ସେ ଦଳର ନେତୃତ୍ବ ନେବେ। ଏହି ସିରିିଜରେ ବିରାଟ କୋହଲିଙ୍କଠୁ ବି ଯୁବ ଖେଳାଳି ବହୁତ କିଛି ଶିଖିବାକୁ ପାଇବେ ବୋଲି କହିଛନ୍ତି ମୋର୍କେଲ।