Odisha Link
Bridging the Missing Links in Odisha

ଗୃହରେ ସିଏଜି ରିପୋର୍ଟ ଉପସ୍ଥାପିତ, ସୋମବାର ଯାଏଁ ଗୃହ ମୁଲତବି

ଓଏଲ୍‌ ବ୍ୟୁରୋ: ଶୀତକାଳନୀ ଅଧିବେଶନରେ ଶନିବାର ଅପରାହ୍‌ଣରେ ସିଏଜି ରିପୋର୍ଟ ଉପସ୍ଥାପିତ ହୋଇଯାଇଛି। ସିଏଜି ରିପୋର୍ଟ ଉପସ୍ଥାପନ ବେଳେ କଂଗ୍ରେସ ବିଧାୟକମାନେ ଗୃହରେ ହଟ୍ଟଗୋଳ କରିଛନ୍ତି। କଂ‌ଗ୍ରେସର ବିଧାୟକମାନେ ଅଦାନୀ ପ୍ରସଙ୍ଗରେ ନିଜ ଆସନରେ ଠିଆହୋଇ ପୋଷ୍ଟର ଦେଖାଇ ପ୍ରଦର୍ଶନ କରିଛନ୍ତି। ଏହାକୁ ନଜରରେ ରଖି ବାଚସ୍ପତି ସୁରମା ପାଢ଼ୀ ଗୃହକୁ ଆସନ୍ତା ସୋମବାର (୨୦୨୪ ଡିସେମ୍ବର ୯) ପୂର୍ବାହ୍ଣ ୧୦ଟା ୩୦ ଯାଏଁ ମୁଲତବି ଘୋଷଣା କରିଛନ୍ତି।