Odisha Link
Bridging the Missing Links in Odisha

ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ ଆଶ୍ବସ୍ତି, ଅଭିଯୋଗ ମିଛ କହିଲେ ଓକିଲ

ଓଏଲ୍‌ ବ୍ୟୁରୋ: ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଲା ଆଶ୍ବସ୍ତି। ଟାଟା କମ୍ପାନୀରେ ଚାକିରି କରେଇବା ନାଁରେ ପ୍ରଦୀପ ପାଣିଗ୍ରାହୀ ଲକ୍ଷାଧିକ ଟଙ୍କା ଠକି ନେବା ଘଟଣାରେ ନୂଆ ମୋଡ଼। ବ୍ରହ୍ମପୁର ଜେଏମ୍‌ଏଫ୍‌ସି କୋର୍ଟରେ ୨ ଜଣ ଅଭିଯୋଗକାରୀ ଅଭିଯୋଗ ପ୍ରତ୍ୟାହାର ପାଇଁ କହିଛନ୍ତି।

ଟାଟା କମ୍ପାନୀରେ ଚାକିରି କରେଇବା ନାଁରେ ପ୍ରଦୀପ ପାଣିଗ୍ରାହୀ ଲକ୍ଷାଧିକ ଟଙ୍କା ଠକି ନେବା ଘଟଣାରେ ନୂଆ ଟ୍ବିଷ୍ଟ। ଆଜି ବ୍ରହ୍ମପୁର ଜେଏମଏଫସିର ସ୍ୱତନ୍ତ୍ର ବିଧାୟକ, ସାଂସଦ ଅଦାଲତରେ ହଜାର ହୋଇଥିଲେ ଦୁଇଜଣ ଅଭିଯୋଗକାରୀଙ୍କ ସହ ସାଂସଦ ପ୍ରଦୀପ ପାଣିଗ୍ରାହୀ ଉପସ୍ଥିତ ରହିଥିଲେ। ଦିନେ ଏହି ମାମଲାରେ ଜେଲ୍‌ ମଧ୍ୟ ଯାଇଥିଲେ ପ୍ରଦୀପ ପାଣିଗ୍ରାହୀ।

ପ୍ରଦୀପଙ୍କ ଓକିଲ କହିଛନ୍ତି ଯେ ବ୍ରହ୍ମପୁର ଜେଏମ୍‌ଏଫ୍‌ସି କୋର୍ଟରେ ୨ ଜଣ ଅଭିଯୋଗକାରୀ ଅଭିଯୋଗ ପ୍ରତ୍ୟାହାର ପାଇଁ କହିଛନ୍ତି। ପ୍ରଶାସନ ଓ ବିଜେଡି ଚାପରେ ଏତଲା ଦେଇଥିଲେ। ଗୋଳନ୍ଥରା ଥାନାରେ ଏତଲା ଲେଖି ଦସ୍ତଖତ କରିବାକୁ ବାଧ୍ୟ କରାଯାଇଥିଲା । ଘଟଣା ସମ୍ପୂର୍ଣ ମିଛ ବୋଲି କହିଲେ ଦୁଇ ଅଭିଯୋଗକାରୀ। ପ୍ରଦୀପଙ୍କ ଓକିଲ ଦୀପକ ପଟ୍ଟନାୟକ କହିଛନ୍ତି, ସାଂସଦଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗ ମିଛ।