Odisha Link
Bridging the Missing Links in Odisha

ବିଲ୍ ଭରୁନାହାନ୍ତି ୨୩ଟି ଶିଳ୍ପ ସଂସ୍ଥା, ବାକି ଖାତାରେ ୧୦୯୬ କୋଟି

ଓଏଲ୍‌ ବ୍ୟୁରୋ: ରାଜ୍ୟର ୨୩ଟି ଶିଳ୍ପ ସଂସ୍ଥା ବକେୟା ବିଜୁଳି ବିଲ ଦେଉ ନାହାନ୍ତି। ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଉପ-ମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ ଲିଖିତ ଉତ୍ତର ରଖିଛନ୍ତି। ଗୃହରେ ଶକ୍ତି ମନ୍ତ୍ରୀ ତଥା ଉପ-ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୩ଟି ପ୍ରମୁଖ ଶିଳ୍ପ ସଂସ୍ଥା ଉପରେ ୧୦୯୬ କୋଟି ଟଙ୍କା ବକେୟା ରହିଛି। ୧୦ ବର୍ଷ ମଧ୍ୟରେ ୧୪ଟି ଶିଳ୍ପ ସଂସ୍ଥାକୁ ୪୦୯୭ କୋଟି ବକେୟା ବିଲ ଛାଡ଼ କରାଯାଇଛି।

ଜିନ୍ଦଲ ୨୮୫ କୋଟି ଟଙ୍କା ବାକି ରଖିଥିବା ବେଳେ ଭିସା ଷ୍ଟିଲ ଯାଜପୁରର ୨୪୬ କୋଟି, ଜିଏମ ଆର କମଳାଙ୍ଗ ଏନର୍ଜି ୧୭୯ କୋଟି, ମାଇଥାନ ଇସ୍ପାତ ନିଗମ ଲିମିଟେଡ଼ ୮୫ କୋଟି ଟଙ୍କା ବକେୟା ରଖିଛନ୍ତି।

ସେହିପରି ୧୦ ବର୍ଷ ମଧ୍ୟରେ ବେଦାନ୍ତ ଲିମିଟେଡକୁ ୩୫୯୯ କୋଟିର ବକେୟା ବିଜୁଳି ବିଲ ଛାଡ଼ କରାଯାଇଛି। ଜିନ୍ଦଲ ଷ୍ଟିଲକୁ ୧୦୩ କୋଟି ଛାଡ଼ କରାଯାଇଛି। ଜେକେ ପେପର ମିଲକୁ ମଧ୍ୟ ୨୬ କୋଟିର ବକେୟା ବିଲ ଛାଡ଼ କରାଯାଇଥିବା ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ଲିଖିତ ଉତ୍ତର ରଖିଛନ୍ତି।

Leave A Reply

Your email address will not be published.