Odisha Link
Bridging the Missing Links in Odisha

ନୂଆବର୍ଷରେ ଓଡ଼ିଶା କଂଗ୍ରେସକୁ ମିଳିବ ନୂଆ ମୁରବି

ଓଏଲ୍‌ ବ୍ୟୁରୋ: ରାଜ୍ୟ କଂଗ୍ରେସକୁ ମିଳିବ ନୂଆ ମଙ୍ଗୁଆଳ। ନୂଆବର୍ଷରେ ଘୋଷଣା ହେବ ପିସିସି ସଭାପତିଙ୍କ ନାମ। ଏନେଇ ବଡ଼ ବୟାନ ଦେଇଛନ୍ତି କଂଗ୍ରେସ ସାଂସଦ ସପ୍ତଗିରି ଉଲାକା।

୬ ମାସ ହେବ ମୁରବି ବିହୀନ ହୋଇ ରହିଛି ଓଡ଼ିଶା କଂଗ୍ରେସ। କଂଗ୍ରେସ ଶିବିରରେ ଆଲୋଚନା ହେଉଛି ଯେ, ପିସିସି ସଭାପତି ଦୌଡ଼ରେ ଏବେ ଭକ୍ତ ଦାସ ଓ ମହମ୍ମଦ ମୋକିମଙ୍କ ନାଁ ଆଗରେ ରହିଛି। ସେହିପରି ରାଜ୍ୟର ଏକମାତ୍ର କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ମଧ୍ୟ ଦୌଡ଼ରେ ଥିବା ଜଣାପଡ଼ିଛି। ଝାଡ଼ଖଣ୍ଡ ନିର୍ବାଚନ ସମୟରେ କଂଗ୍ରେସର ୪୦ରୁ ଅଧିକ ନେତା ଛତିଶଗଡ଼ ଯାଇ ଚରଣଦାସ ମହନ୍ତଙ୍କୁ ଭେଟି ମୋକିମଙ୍କ ପାଇଁ ଲବି କରିଥିବା ଚର୍ଚ୍ଚା ହେଉଛି।