ଫେବୃଆରୀରୁ ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ

ଓଏଲ୍ ବ୍ୟୁରୋ: ସ୍ବାସ୍ଥ୍ୟ ମନ୍ତ୍ରୀ ଡ. ମୁୁକେଶ ମହାଲିଙ୍ଗଙ୍କ ବଡ଼ ଘୋଷଣା। ଫେବୃଆରୀରୁ ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଯୋଜନା।ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ ହେବ। ସାଢ଼େ ୩ କୋଟି ଜନତାଙ୍କୁ କାର୍ଡ ମିଳିବ ବୋଲି ଆଜି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ।
ସ୍ବାସ୍ଥ୍ୟ ମନ୍ତ୍ରୀ ଡ ମୁକେଶ ମହାଲିଙ୍ଗ କହିଛନ୍ତି, ନୂଆବର୍ଷରେ ସ୍ବାସ୍ଥ୍ୟ କ୍ଷେତ୍ରରେ ଆସିବ ବଡ଼ ପରିବର୍ତ୍ତନ। ସ୍ବାସ୍ଥ୍ୟ ସେବା ଆହୁରି ହେବ ସୁଲଭ। ରାଜ୍ୟରେ ଆୟୁଷ୍ମାନ ସହ ଲାଗୁ ହେବ ଗୋପବନ୍ଧୁ ଆରୋଗ୍ୟ ଯୋଜନା। ଓଡ଼ିଶାର ୧ କୋଟି ପରିବାର ଏହି ଯୋଜନାର ଫାଇଦା ପାଇବେ। ପାଖାପାଖି ସାଢ଼େ ୩ କୋଟି ଲୋକଙ୍କୁ ଏହି କାର୍ଡ ମିଳିବ। ଯୋଜନାରୁ କେହି ଉପଯୁକ୍ତ ହିତାଧିକାରୀ ଯେମିତି ବଞ୍ଚିତ ହେବେ ନାହିଁ ସେହି ପ୍ରସ୍ତୁତି ଚାଲିଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ।