Odisha Link
Bridging the Missing Links in Odisha

ଆଇସିୟୁରେ ଦିଲ୍ଲୀ ଜଳ ମନ୍ତ୍ରୀ, ଆମରଣ ଅନଶନ ବନ୍ଦ

ଓଏଲ୍‌ ବ୍ୟୁରୋ: ଶେଷ ହେଲା ଦିଲ୍ଲୀ ଜଳ ମନ୍ତ୍ରୀ ଆତିଶୀଙ୍କ ଆମରଣ ଅନଶନ। ଆମ ଆଦମୀ ପାର୍ଟି ନେତା ସଞ୍ଜୟ ସିଂହ ସୂଚନା ଦେଇ କହିଛନ୍ତି, ଆତିଶୀଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଦଳର ସମସ୍ତ ନେତାଙ୍କ ସହିତ ବିଚାର ବିମର୍ଶ କରିବା ପରେ ଆତିଶୀଙ୍କ ଆମରଣ ଅନଶନକୁ ବନ୍ଦ କରାଯାଇଛି ବୋଲି ସଞ୍ଜୟ ସିଂହ ସୂଚନା ଦେଇଛନ୍ତି।

ଦଲ୍ଲୀର ଜଳମନ୍ତ୍ରୀ ଆତିଶୀଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବା ପରେ ତାଙ୍କୁ ଦିଲ୍ଲୀ ଏଲଏନଜେପି ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଦିଲ୍ଲୀର ଜଳ ସମସ୍ୟାକୁ ନେଇ ଆତିଶୀ ହରିୟାଣା ସରକାରଙ୍କ ବିରୋଧରେ ଆମରଣ ଅନଶନରେ ବସିଥିବାବେଳେ ସୋମବାର ବିଳମ୍ବିତ ରାତିରେ ହଠାତ ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯାଇଥିଲା। ତାଙ୍କ ସୁଗାର ଲେବଲ ହଠାତ୍ ୩୬କୁ ହ୍ରାସ ପାଇଥିଲା, ଯାହା ବାସ୍ତବରେ ଚିନ୍ତାଜନକ। ତେଣୁ ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି। ଏନେଇ ଆପ ପକ୍ଷରୁ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି।