Odisha Link
Bridging the Missing Links in Odisha

୧୧ ହଜାର ଟଙ୍କା ଲାଞ୍ଚ ନେଉଥିଲେ ସରକାରୀ ବାବୁ, ମାଡ଼ି ବସିଲା ଭିଜିଲାନ୍ସ

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ପଞ୍ଝାରେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ମୃତ୍ତିକା ସଂରକ୍ଷଣ ପରିଦର୍ଶକ ସୁଧାଂଶୁ ଶେଖର ରଣା। ୧୧ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ସରକାରୀ ବାବୁ।

ମିଳିଥିବା ସୂଚନା ମୁତାବକ, ଏକ କାମର ବିଲ୍ କରି ଦେବା ପାଇଁ ରାମଚନ୍ଦ୍ର ମହାକୁଡ଼ ନାମକ ଜଣେ ବ୍ୟକ୍ତିଙ୍କୁ ସେ ୧୧ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ରାମଚନ୍ଦ୍ର ସୋନପୁର ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ।

ଆଜି ରାମଚନ୍ଦ୍ରଙ୍କଠାରୁ ମୃତ୍ତିକା ସଂରକ୍ଷଣ ପରିଦର୍ଶକ ସୁଧାଂଶୁ ଶେଖର ରଣା ସୋନପୁର ସହରର ପଟାଭାଡ଼ିଠାରେ ଲାଞ୍ଚ ଟଙ୍କା ନେଉଥିବାବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ବର୍ତ୍ତମାନ ଶ୍ରୀ ରଣାଙ୍କୁ ସୋନପୁର ଭିଜିଲାନ୍ସ ବିଭାଗ କାର୍ଯ୍ୟାଳୟକୁ ନେଇ ପଚରାଉଚରା କରାଯାଉଛି।