Odisha Link
Bridging the Missing Links in Odisha

ଏନ୍‌ଆଇଆରଏଫ୍‌ ରାଙ୍କିଂ: ଦେଶରେ ଆଇଆଇଟି ମାଡ୍ରାସ ଶ୍ରେଷ୍ଠ

ଓଏଲ୍‌ ବ୍ୟୁରୋ: ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ପାଇଛି ଜାତୀୟ ଶିକ୍ଷାନୁଷ୍ଠାନ ରାଙ୍କିଂ। ସାରା ଦେଶରେ ଆଇଆଇଟି ମାଡ୍ରାସ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ବିବେଚିତ ହୋଇଛି। କ୍ରମାଗତ ୬ଷ୍ଠ ଥର ପାଇଁ ଆଇଆଇଟି ମାଡ୍ରାସ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ବିବେଚିତ ହୋଇଛି।

ସେହିପରି ୯ମ ଥର ପାଇଁ ଶ୍ରେଷ୍ଠ ଇଞ୍ଜିନିୟରିଂ କଲେଜ ମଧ୍ୟ ହେଲା ଆଇଆଇଟି ମାଡ୍ରାସ। ସେହିପରି ବେଙ୍ଗାଲୁରୁର ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ସାଇନ୍ସ ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ବିବେଚିତ ହୋଇଛି। ୩ଟି ନୂଆ କାଟାଗୋରୀ ସହ ଏଥର ୧୬ଟି କାଟାଗୋରୀରେ ରାଙ୍କିଂ ପ୍ରକାଶ ପାଇଛି।