Odisha Link
Bridging the Missing Links in Odisha

କୁକୁଡ଼ା ଫାର୍ମରେ ଫୁଟିଲା ଗୁଳି, ଚାଲିଗଲା ଫାର୍ମ ମାଲିକଙ୍କ ଜୀବନ

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ବାର୍ଡ ଫ୍ଲୁ ଚିନ୍ତାର କାରଣ ପାଲଟି ଥିଲା ବେଳେ ଝାରସୁଗୁଡ଼ା କୁକୁଡ଼ା ଫାର୍ମରେ ଫୁଟିଲା ଗୁଳି। ସଦର ଥାନା ବେହେରାପାଟ ନିକଟ କୁକୁଡ଼ା ଫାର୍ମରେ ଗୁଳିମାଡ଼ ହୋଇଥିବା ଖବର ସାମ୍ନାକୁ ଆସିଛ। ବଚସାକୁ ନେଇ କୁକୁଡା ଫାର୍ମ ମାଲିକଙ୍କୁ ଗୁଳିମାଡ଼ କଲେ ଯୁବକ। ଗୁଳିମାଡ଼ ପରେ ମୃତଦେହ ନଦୀରେ ଫିଙ୍ଗି ଦେଇଥିବା ସୂଚନା ରହିଛି। ଘଟଣାରେ ମୁଖ୍ୟ ଅଭିଯୁକ୍ତ ସହ ୨ ଜଣଙ୍କୁ ଅଟକ ରଖିଲା ପୁଲିସ।

ଅନ୍ୟପଟେ, ପୁରୀ ଜିଲ୍ଲାରେ କୁକୁଡ଼ାର ହବ କୁହାଯାଉ ଥିବା ପିପିଲିରେ ବାର୍ଡ ଫ୍ଲୁ ଚିନ୍ତାର କାରଣ ପାଲଟି ଥିଲା ବେଳେ ଗତକାଲି ସୁଦ୍ଧା ୫ ଗୋଟି ଫାର୍ମରୁ ଏଗାର ହଜାର ୬୩୭ଟି କୁକୁଡ଼ା ମରା ଗଲାଣି। କୁକୁଡ଼ା ମାରିବା ପରେ ଫାର୍ମ ଗୁଡ଼ିକ ସଫା କରି ସାନିଟାଇଜ କରାଯାଉଛି। ଚିହ୍ନଟ ୫୪ ଗୋଟି ଫାର୍ମରୁ ଏବେ ସୁଦ୍ଧା ୫ଟି ଫାର୍ମରେ କୁକୁଡ଼ା ମରା ଯାଇଥିବା ବେଳେ ଆଉ ମାତ୍ର ହାତ ଗଣତି ଫାର୍ମକୁ ଛାଡି ଦେଲେ ଫାର୍ମ ଖାଲି ପଡିଛି। ଖାଲି ପଡିଥିବା ଫାର୍ମ ଗୁଡିକ ସାନିଟାଇଜ କରାଯାଉଛି।

Leave A Reply

Your email address will not be published.