ରାଜ୍ୟରେ ବାର୍ଡ ଫ୍ଲୁ ଭୟ: ସ୍ଥିତି ଅନୁଧ୍ୟାନ ପରେ ରିପୋର୍ଟ ଦେଲା କେନ୍ଦ୍ରୀୟ ଦଳ

ଓଏଲ୍ ବ୍ୟୁରୋ: ରାଜ୍ୟରେ ବାର୍ଡ ଫ୍ଲୁ ଆତଙ୍କ ବଢ଼ିବାରେ ଲାଗିଛି। ରାଜ୍ୟର ପୁରୀ ଜିଲାର ପିପିଲି, ସତ୍ୟବାଦୀ, ନିମାପଡା ଓ ଡେଲାଙ୍ଗ ବ୍ଲକର ୪ଟି ଗ୍ରାମରେ ବାର୍ଡ ଫ୍ଲୁ ରୋଗ ଚିହ୍ନଟ କରାଯାଇଛି। ଭାରତ ସରକାରଙ୍କ ନିର୍ଦ୍ଦେଶିତ କାର୍ଯ୍ୟ ଯୋଜନା ଅନୁଯାୟୀ ଏହି ରୋଗର ନିୟନ୍ତ୍ରଣ ଓ ନିରାକରଣ କାର୍ଯ୍ୟକ୍ରମ ଚାଲୁରହିଛି। ପୁରୀ ଜିଲ୍ଲାରେକେନ୍ଦ୍ରୀୟ ପ୍ରତିନିଧି ଦଳ ବାର୍ଡ ଫ୍ଲୁ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଥିଲେ। ଏହି ଦଳ ପିପିଲିର ଆବଲପୁର, ସତ୍ୟବାଦୀ, ନିମାପଡ଼ା ଓ ଡେଲାଙ୍ଗ ତଥା ମୋଟରି ଅଞ୍ଚଳ ପରିଦର୍ଶନ କରିଥିଲେ। କେନ୍ଦ୍ରୀୟ ଦଳ ସ୍ଥିତି ଅନୁଧ୍ୟାନ ପରେ ଶାସନ ସଚିବଙ୍କୁ ରିପୋର୍ଟ ଦେଇଛନ୍ତି।