Odisha Link
Bridging the Missing Links in Odisha

ବିଜେପି ସାଙ୍ଗଠନିକ ନିର୍ବାଚନ: ପୁରୀ ସାଂସଦ ସମ୍ବିତ ପାତ୍ରଙ୍କୁ ଗୁରୁ ଦାୟିତ୍ବ

ଓଏଲ୍‌ ବ୍ୟୁରୋ: ଘର ସଜାଡ଼ିବ ଭାରତୀୟ ଜନତା ପାର୍ଟି। ଏଥିପାଇଁ ଅଣ୍ଟା ଭିଡ଼ିଲାଣି ବିଜେପି। ଲଗାତାର ୩ୟ ଥର ପାଇଁ କେନ୍ଦ୍ରରେ ବିଜେପି ସରକାର ଆସିବା ପରେ ବିଜେପି ସାରା ଦେଶରେ ସେବା ସପ୍ତାହ ପାଳନ କରିଥିଲା। ବର୍ତ୍ତମାନ ସଦସ୍ୟ ଅଭିଯାନ ପ୍ରକ୍ରିୟା ଚାଲୁ ରହିଛି। ଏସବୁ ମଧ୍ୟରେ ଦଳର ସାଙ୍ଗଠନିକ ସ୍ଥିତିକୁ ଗୁରୁତ୍ବ ଦେଇଛି ଦଳ। ଏଥିପାଇଁ ଆଗାମୀ ଦିନରେ ଅନୁଷ୍ଠିତ ହେବ ରାଷ୍ଟ୍ରୀୟ ସଙ୍ଗଠନ ନିର୍ବାଚନ। ଏସବୁ ମଧ୍ୟରେ ଓଡ଼ିଆ ସାଂସଦ ତଥା ପୁରୀ ସାଂସଦ ସମ୍ବିତ ପାତ୍ରଙ୍କୁ ଗୁରୁ ଦାୟିତ୍ବ ଦେଇଛନ୍ତି ରାଷ୍ଟ୍ରୀୟ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା।

ଆଗାମୀ ଦିନରେ ହେବାକୁ ଥିବା ସାଙ୍ଗଠନିକ ନିର୍ବାଚନ ନଜରରେ ରଖି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ହା ଜଣେ ରାଷ୍ଟ୍ରୀୟ ନିର୍ବାଚନ ଅଧିକାରୀ ଓ ୩ ଜଣ ରାଷ୍ଟ୍ରୀୟ ସହ ନିର୍ବାଚନ ଅଧିକାରୀଙ୍କ ନାମ ଘୋଷଣା କରିଛନ୍ତି। ରାଷ୍ଟ୍ରୀୟ ଅକ୍ଷ୍ୟକ୍ଷ ସାଂସଦ ଡା. କେ. ଲକ୍ଷ୍ମଣଙ୍କୁ ରାଷ୍ଟ୍ରୀୟ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ କରିଥିବା ବେଳେ ସାଂସଦ ନରେଶ ବଂଶଲ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ରେଖା ବର୍ମା ଓ ସାଂସଦ ଡା. ସମ୍ବିତ ପାତ୍ରଙ୍କୁ ରାଷ୍ଟ୍ରୀୟ ସହ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ କରିଛନ୍ତି।