Odisha Link
Bridging the Missing Links in Odisha

କନ୍ୟାକୁମାରୀ-ଦିବ୍ରୁଗଡ଼ ବିବେକ ଏକ୍ସପ୍ରେସରେ ଅଗ୍ନିକାଣ୍ଡ

ଓଏଲ୍‌ ବ୍ୟୁରୋ: କନ୍ୟାକୁମାରୀ-ଦିବ୍ରୁଗଡ଼ ବିବେକ ସୁପରଫାଷ୍ଟ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଅଗ୍ନିକାଣ୍ଡ ଘଟିଛି। ସୂଚନା ଅନୁଯାୟୀ, ଚରମ୍ପା ଷ୍ଟେସନ ପାର୍ କରିବା ପରେ ଏକ୍ସପ୍ରେସ୍ ଟ୍ରେନରେ ନିଆଁ ଲାଗିଥିବା ଜଣାଯାଇଛି। ରେଲୱେ କର୍ମଚାରୀଙ୍କ ଦ୍ୱାରା ନିଆଁକୁ ଆୟତ୍ତ କରାଯାଇଛି। ଏଥିରେ କାହାର କିଛି କ୍ଷତି ହୋଇନଥିବା ସୂଚନା ରହିଛି।

ଏକ୍ସପ୍ରେସଟି ଟ୍ରେନଟି ଦିବ୍ରୁଗଡ଼ରୁ କନ୍ୟାକୁମାରୀ ଯାଉଥିଲା। ରାଣୀତାଲ ନିକଟରେ ଟ୍ରେନର ଏକ ବଗିରୁ ଧୂଆଁ ବାହାରୁଥିବା ଗେଟ୍ କିପର ଦେଖିଥିଲେ। ଏନେଇ ତୁରନ୍ତ ଷ୍ଟେସନ ମାଷ୍ଟରକୁ ଜଣାଇବା ସହ ଲୋକ ପାଇଲଟକୁ ଜଣାଇଥିଲେ। ପରେ ରମ୍ଭିଳା ନିକଟରେ ଟ୍ରେନଟି ଅଟକାଯାଇ ରେଲୱେ କର୍ମଚାରୀଙ୍କ ଦ୍ୱାରା ନିଆଁକୁ ଆୟତ୍ତ କରାଯାଇଥିଲା।

ମିଳିଥିବା ସୂଚନା ମୁତାବକ ବ୍ରେକ ବାଇଣ୍ଡିଂରୁ ଟ୍ରେନରେ ନିଆଁ ଲାଗିଥିଲା। ନିଆଁକୁ ସଫଳତାର ସହିତ ଆୟତ୍ତ କରିଛନ୍ତି ରେଲଓ୍ବେ କର୍ମଚାରୀ। ଯାହାଫଳରେ ୨୦ ମିନିଟ୍‌ ବିଳମ୍ବରେ ଚାଲିଛି ଟ୍ରେନ୍।