ଉଡ଼ିବ ନୂଆ ବିମାନ

ଭୁବନେଶ୍ବର: ଆଜି ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ଏୟାରଲାଇନ୍ସ ସିଇଓଙ୍କ ସହ ଏକ ବୈଠକ ହୋଇଥିଲା। ଓଡ଼ିଶାରୁ ଅଧିକରୁ ଅଧିକ ଅନ୍ତର୍ଜାତୀୟ ବିମାନ ଚଳାଚଳ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବିମାନ ଚଳାଚଳ ସଚିବ ପ୍ରଦୀପ ସିଂ, ଯୁଗ୍ମ ସଚିବ ଉଷା ପାଢୀ, ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆର ଅଧ୍ୟକ୍ଷ ଅରବିନ୍ଦ ସିଂହ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସହ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଥିଲେ।
ଭୁବନେଶ୍ୱରରେ ବିଭିନ୍ନ ଏୟାରଲାଇନ୍ସ ସିଇଓଙ୍କ ସହ ରାଜ୍ୟ ସରକାରଙ୍କ ବୈଠକ ପରେ ଶ୍ରୀ ଅସିତ୍ ତ୍ରିପାଠୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବିମାନ ଚଳାଚଳ ନେଇ ଏକ ନୀତି ପ୍ରସ୍ତୁତ କରାଯିବ। ଘରୋଇ ଉଡ଼ାଣ ପାଇଁ ୧ ପ୍ରତିଶତ ଭାଟରେ ଇନ୍ଧନ ଯୋଗାଇ ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି।
ସେ କହିଛନ୍ତି ଯେ, ୧୪ଟି ବିମାନ ଚଳାଚଳ ନେଇ ରୂପରେଖା ପ୍ରସ୍ତୁତ କରାଯାଇଛି। ଓଡ଼ିଶାରେ ୨୯% ଯାତ୍ରୀଙ୍କ ସଂଖ୍ୟା ବଢିଛି। ସିଙ୍ଗାପୁର, ବ୍ୟାଙ୍ଗକ, ଆବୁଧାବି କିମ୍ବା ଦୁବାଇକୁ ବିମାନ ଚଳାଚଳ ପାଇଁ ପ୍ରସ୍ତାବ ଦିଆଯାଇଛି। ପ୍ରୟାଗରାଜ ଓ କଲାଇକୁଣ୍ଡାକୁ ବିମାନ ଉଡ଼ାଣ ପାଇଁ ସୁଯୋଗ ସୃଷ୍ଟି କରାଯାଉଛି। ଉତ୍ତର ପୂର୍ବାଞ୍ଚଳ ଓ ବିମାନ ଯୋଗାଯୋଗ ନଥିବା ଅଞ୍ଚଳ ଉପରେ ଗୁରୁତ୍ୱ ଦିଆଯାଉଛି। ଏସବୁ ଅଞ୍ଚଳକୁ ଘରୋଇ ବିମାନ ଉଡ଼ାଣ ପାଇଁ ପ୍ରସ୍ତାବ ଦିଆଯାଇଥିବା ଶ୍ରୀ ତ୍ରିପାଠୀ କହିଛନ୍ତି।
Comments are closed.