Odisha Link
Bridging the Missing Links in Odisha

ଜାଲ ନୋଟ ଜବତ

କଟକ: ମୋଟା ଅଙ୍କର ଜାଲ ନୋଟ ଜଣେ ଜଣେ ବ୍ୟକ୍ତିଙ୍କ ଠାରୁ ଜବତ କରାଯାଇଛି। ହଜାରେ କି ଦୁଇ ହଜାର ଟଙ୍କା ନୁହେଁ। ପୁରାପୁରି ୧ଲକ୍ଷ ୬୦ ହଜାର ଟଙ୍କାର ଜାଲ ନୋଟ ଜବତ କରାଯାଇଛି। ମର୍କତନଗର ଅଞ୍ଚଳରେ ଏକ ବ୍ୟାଙ୍କରେ ଟଙ୍କା ଜମା ବେଳେ ଏହା ଧରାପଡ଼ିଛି। ଜାଲ ନୋଟ ଜମା କରିବା ପାଇଁ ଆସିଥିବା ସମ୍ପୃକ୍ତ ବ୍ୟକ୍ତିଙ୍କୁ ମାର୍କତନଗରର ଥାନାରେ ଅଟକ ରଖାଯାଇଛି।

ପ୍ରକାଶ ଯେ, ସମ୍ପୃକ୍ତ ବ୍ୟକ୍ତି ଜଣକ ଜାଲ ନୋଟ ନେଇ ବ୍ୟାଙ୍କୁ ଜମା କରିବାକୁ ଆସିଥିଲେ। ତେବେ ଜାଲ ନୋଟ ସମ୍ପର୍କରେ ଜାଣିପାରି ବ୍ୟାଙ୍କ କର୍ତ୍ତୃପକ୍ଷ ଥାନାକୁ ଖବର ଦେଇଥିଲେ। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଜାଲ ନୋଟକୁ ଜବତ କରିବା ସହ ସମ୍ପୃକ୍ତ ବ୍ୟକ୍ତିକୁ ଥାନାରେ ଅଟକ ରଖି ଏହାର ଖୋଳତାଡ଼ କରୁଛି। ତେବେ ଜବତ ନୋଟ ମଧ୍ୟରେ ବହୁ ୫୦୦ ଓ ୨୦୦୦ ଟଙ୍କିଆ ନୋଟ ଥିବା ଜଣାଯାଇଛି।

Comments are closed.