ଚଳିତ ଶିକ୍ଷାବର୍ଷରୁ ପ୍ରଥମ ଶ୍ରେଣୀରୁ ଦିଆଯିବ ଇଂରାଜୀ ଶିକ୍ଷା

ଭୁବନେଶ୍ବର : ଚଳିତ ଶିକ୍ଷାବର୍ଷରୁ ରାଜ୍ୟର ପ୍ରତି ଜିଲ୍ଲାରେ ଗୋଟିଏ ସ୍କୁଲରେ ପ୍ରଥମ ଶ୍ରେଣୀରୁ ଇଂରାଜୀ ଶିକ୍ଷା ଦିଆଯିବ ବୋଲି ନିଷ୍ପତି ନିଆଯାଇଛି। ପାଇଲଟ୍ ପ୍ରୋଜେକ୍ଟ ଭାବେ ଏହାକୁ ଗ୍ରହଣ କରାଯିବ। ପରେ ପ୍ରତି ଓଡିଆ ମାଧ୍ୟମ ସ୍କୁଲରେ ପ୍ରଥମରୁ ଇଂରାଜୀ ଶିକ୍ଷା ପ୍ରଚଳନ କରାଯିବ। ଏ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି।
ଏଣିକି ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଗଣିତ, ବିଜ୍ଞାନ ଓ ଇଂରାଜୀ କ୍ଲାସ୍ ଦେଢ ଘଣ୍ଟିଆ ହେବ। ପୂର୍ବରୁ ପ୍ରତି ପିରିୟଡ୍ ୪୫ ମିନିଟ୍ କରାଯାଉଥିଲା। ମାଟ୍ରିକ୍ ପରୀକ୍ଷା ରେଜଲ୍ଟକୁ ଦୃଷ୍ଟିରେ ରଖି ଗଣଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ସିବିଏସଇ ଛାତ୍ରଛାତ୍ରୀଙ୍କ ଫି ବୃଦ୍ଧି ପ୍ରସଙ୍ଗରେ ମନ୍ତ୍ରୀ କହିଛନ୍ତି ଯେ, ଏହାର ପୁନର୍ବିଚାର କରିବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛି ଗଣଶିକ୍ଷା ବିଭାଗ। ଅଭିଭାବକମାନଙ୍କ ଦାବିକୁ ନେଇ ପୁନର୍ବିଚାର ପାଇଁ ଚିଠି ଲେଖାଯାଇଛି।