ଆଜିଠୁ ଦିଲ୍ଲୀ ଡାଇନାମୋସ୍ ହେବ ଓଡ଼ିଶା ଏଫ୍ସି

ଭୁବନେଶ୍ବର: ଆଉ ଏକ କୀର୍ତ୍ତିମାନ ନିଜ ନାମରେ କରିବ ଓଡ଼ିଶା। ଭାରତର କ୍ରୀଡ଼ା ରାଜଧାନୀ ଭାବେ ପରିଚିତ ଓଡ଼ିଶା ଏବେ ଇଣ୍ଡିଆନ୍ ସୁପର୍ ଲିଗ୍ରେ ଭାଗ ନେବ। ଇଣ୍ଡିଆନ୍ ସୁପର୍ ଲିଗ୍ (ଆଇଏସଏଲ୍) ଫ୍ରାଞ୍ଚାଇଜି ଦିଲ୍ଲୀ ଡାଇନାମୋସ୍ ଏଫସିକୁ ଏବେ ଓଡ଼ିଶା କିଣି ନେଇଛି। ଫଳରେ ଆଜିଠାରୁ (ଶନିବାର) ଏହା ଦିଲ୍ଲୀ ଡାଇନାମୋସ ବଦଳରେ ଓଡ଼ିଶା ଏଫସି ଭାବେ ପରିଚିତ ହେବ।
ଶନିବାର ଭୁବନେଶ୍ୱରରେ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଦିଲ୍ଲୀ ଡାଇନାମୋସ୍ ସହ ଏହି ଚୁକ୍ତି କରିବ। ଏହି ଅବସରରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ଏଥିସହ ଓଡ଼ିଶା ଆଇ-ଲିଗ୍ କ୍ଲବ୍ (ଇଣ୍ଡିଆନ୍ ଆରୋଜ୍), ଇଣ୍ଡିଆନ୍ ସୁପର୍ ଲିଗ୍ (ଓଡ଼ିଶା ଏଫସି) ଓ ହକି ଇଣ୍ଡିଆ ଲିଗ୍ କ୍ଲବ୍ (କଳିଙ୍ଗ ଲାନ୍ସର୍ସ) ଭଳି ନାମୀ ଟିମକୁ କିଣି ପାରିଛି। ତେବେ ଏହା କେବଳ ଭାରତରେ ନୁହେଁ ବରଂ ସମଗ୍ର ବିଶ୍ୱରେ ଓଡ଼ିଶା ପ୍ରଥମ ସରକାର ଯିଏ ତିନୋଟି ପେସାଦାର ସ୍ପୋର୍ଟିଂ କ୍ଲବକୁ ପ୍ରୋତ୍ସାହନର ହାତ ବଢ଼ାଇଛି।