Odisha Link
Bridging the Missing Links in Odisha

ବାଇକ୍ ଦୁର୍ଘଟଣାରେ ଜଣେ ମୃତ, ଜଣେ ଆହତ

କାଶୀପୁର : ରାୟଗଡା ଜିଲା କାଶୀପୁର ବ୍ଲକ ଦୋରାଗୁଡାଥାନା ଅନ୍ତର୍ଗତ କମ୍ପର ଛକ ନିକଟରେ ଏକ ବାଇକ ଦୁର୍ଘଟଣା ଘଟି ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ଦୋରାଗୁଡା ଗ୍ରାମର ସୁନିଲ ପାତ୍ର(୨୭)। ସେହିପରି ଆହତ ଜଣକ ହେଉଛନ୍ତି ସେହି ଗ୍ରାମର ସହଦେବ ଦୋରା।
ସୂଚନା ଅନୁସାରେ, ବାଇକ୍ ଯୋଗେ ଟିକିରିରୁ ନିଜ ଗ୍ରାମକୁ ଫେରୁଥିବା ସମୟରେ କମ୍ପର ଛକ ନିକଟରେ ବାଇକଟି ଭାରସାମ୍ୟ ହରାଇ ଏକ ବ୍ରିଜ୍ ତଳକୁ ଖସି ପଡିଥିଲା। ଫଳରେ ସୁନିଲଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ସହଦେବ ଗୁରୁତର ଆହତ ହୋଇଥିଲେ। ଏହାପରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ସହଦେବଙ୍କୁ ଚିକିତ୍ସା ନିମନ୍ତେ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ଖବର ପାଇ ଦୋରାଗୁଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଦୋରାଗୁଡା ଥାନା ଅଧିକାରୀ କେ ସି ଭତ୍ରା ସୂଚନା ଦେଇଛନ୍ତି।

Comments are closed.