Sun. Sep 15th, 2019

Odisha Link

bridging the missing links in odisha

ପରଲୋକରେ ଅଭିନେତ୍ରୀ ବିଜୟା ନିର୍ମଳା

  •  
  •  
  •  
  •  
  •  
  •  
  •  

ନୂଆଦିଲ୍ଲୀ: ପ୍ରଖ୍ୟାତ ନିର୍ଦ୍ଦେଶକ ଓ ଅଭିନେତ୍ରୀ ବିଜୟା ନିର୍ମଳାଙ୍କ ଆଜି ଦେହାନ୍ତ ହୋଇଛି। ଆଜି ସକାଳେ ହାଇଦ୍ରାବାଦର ଏକ ହସ୍ପିଟାଲ୍‌ରେ ସେ ଚିକିତ୍ସାଧୀନ ଅବସ୍ଥାରେ ସବୁ ଦିନ ପାଇଁ ଆଖିବୁଜି ଦେଇଥିବା ତାଙ୍କ ପୁଅ ତଥା ଅଭିନେତା ନରେଶ ସୂଚନା ଦେଇଛନ୍ତି। ମୃତ୍ୟୁର କାରଣ ସମ୍ପର୍କରେ ସେ ସ୍ପଷ୍ଟ ସୂଚନା ଦେଇ ନଥିଲେ ହେଁ ଅସୁସ୍ଥ ଯୋଗୁ ସେ ପ୍ରାଣ ହରାଇଥିବା କହିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା।

ବିଜୟା ନିର୍ମଳା ୨୦୦ରୁ ଅଧିକ ତାମିଲ, ତେଲୁଗୁ ଓ ମାଲାଲିୟମ ଫିଲ୍ମରେ ଅଭିନୟ କରିଛନ୍ତି। ଏଥିସହ ସେ ୪୪ଟି ଫିଲ୍ମରେ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ବିଜୟ ନିର୍ମଳା ତାଙ୍କ ସ୍ୱାମୀ କ୍ରିଷ୍ଣା, ପୁଅ ନରେଶ ଏବଂ ପାଳିତ ପୁଅ ଝିଅଙ୍କ ସହ ରହୁଥିଲେ। ଏହି ପାଳିତ ପୁଅଙ୍କ ମଧ୍ୟରେ ସୁପରଷ୍ଟାର ମହେଶ ବାବୁ ଅନ୍ୟତମ। ବହୁ କଳାକାର ଓ ବିଶିଷ୍ଟ ବ୍ୟକ୍ତିମାନେ ବିଜୟାଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି।