Odisha Link
Bridging the Missing Links in Odisha

‘୮୩’ ର ଫାଷ୍ଟଲୁକ, ଫଟୋ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ: ବଲିଉଡ଼ ଷ୍ଟାର ରଣବୀର ସିଂହ ତାଙ୍କ ଆଗାମୀ ଫିଲ୍ମ ପାଇଁ ‘୮୩’ର ପ୍ରସ୍ତୁତିରେ ଜୋରଶୋର ଲାଗିଛନ୍ତି। ରଣବୀରଙ୍କ ଅଭିନୀତ ଏହି ଫିଲ୍ମ ୧୯୮୩ ମସିହା କ୍ରିକେଟ ବିଶ୍ବକପ୍‌ ଜିତିଥିବା ଭାରତୀୟ ଦଳ ଉପରେ ଆଧାରିତ। ଏହି ଚଳଚ୍ଚିତ୍ରରେ ରଣବୀର ଭାରତୀୟ ଦଳର ପୂର୍ବ ଅଧିନାୟକ କପିଳ ଦେବଙ୍କ ଭୂମିକାରେ ନଜର ଆସିବେ। ଇତିମଧ୍ୟରେ ରଣବୀରଙ୍କ ଆଗାମୀ ଫିଲ୍ମ ‘୮୩’ର ଫାଷ୍ଟଲୁକ ମଧ୍ୟ ଆସି ସାରିଛି। ଏହି କଥା ଜଣାଶୁଣା ପିଲ୍ମ ସମୀକ୍ଷକ ତରଣ ଆଦର୍ଶ ତାଙ୍କ ଟ୍ବିଟ୍‌ ଜରିଆରେ ଦେଇଛନ୍ତି। ୮୩ ଫିଲ୍ମର ଫାଷ୍ଟଲୁକରେ ରଣବୀରଙ୍କ ଆନ୍ଦାଜ ଏବଂ ତାଙ୍କ ଶୈଳୀ ପୁରା ଦମଦାର ହୋଇଛି। କପିଳ ଦେବଙ୍କ ଅଭିନୟରେ ନଜର ଆସିବାକୁ ଥିବା ରଣବୀରଙ୍କ ଏହି ଲୁକ୍‌ ଉଭୟ କ୍ରିକେଟ ଏବଂ ଫିଲ୍ମ ଫ୍ୟାନ୍‌ ମାନଙ୍କୁ ଆକର୍ଷିତ କରିବାକୁ ଏହି ଫାଷ୍ଟ ଲୁକ ଯଥେଷ୍ଟ ବୋଲି ଚର୍ଚ୍ଚା ହେଉଛି।

କପିଳ ଦେବଙ୍କ ଭୂମିକାରେ ଅଭିନୟ କରୁଥିବା ରଣବୀର ସିଂହଙ୍କ ୮୩ ଫିଲ୍ମର ଫାଷ୍ଟଲୁକ ଶେୟାର କରି ତରୁଣ ଆଦର୍ଶ କହିଛନ୍ତି ଯେ, ‘କପିଳ ଦେବଙ୍କ ଭୂମିକାରେ ରଣବୀର ସିଂହ,..୮୩ ଫିଲ୍ମର ଏହା ହେଉଛି ଫାଷ୍ଟଲୁକ ‘। ଫଟୋରେ ରଣବୀର ସିଂହ ହାତରେ ବଲ୍‌ ଧରି କ୍ରିକେଟ ଟିମର ଡ୍ରେସକୋର୍ଡ଼ରେ ନଜର ଆସିଛନ୍ତି। ଏହି ଫଟୋରେ ରଣବୀର ସିଂହଙ୍କ ଏହ ଭିନ୍ନ ଅବତାର ଅବିକଳ କପିଳ ଦେବଙ୍କ କାର୍ବନ କପି ଭଳି ଦେଖାଯାଉଛି। ତରୁଣ ଆଦର୍ଶଙ୍କ ଟ୍ବିଟ ମୁତାବିକ ରଣବୀର ଅଭିନୀତ ଫିଲ୍ମ ‘୮୩’ ୨୦୨୦ ମସିହା ଏପ୍ରିଲ ୧୦ରେ ପରଦାକୁ ଆସିବ।

ପିଲ୍ମ ୮୩ର ଫାଷ୍ଟଲୁକ ପୂର୍ବରୁ ରଣବୀର ଏକ ଭିଡ଼ିଓ ନିଜ ଟ୍ବିଟରରେ ଛାଡ଼ିଥିଲେ ଯାହାକି ଏବେ ଭାଇରାଲ ହେବାରେ ଲାଗିଛି।

Comments are closed.