Odisha Link
Bridging the Missing Links in Odisha

ଗାଧୋଇବା ବେଳେ ଚିତ୍ରୋତ୍ପଳା ନଦୀରେ ଭାସିଗଲେ ୩ ସାଙ୍ଗ

ସାଲେପୁର : ନଦୀକୁ ଗାଧୋଇବାକୁ ଯାଇ ଭାସିଗଲେ ୩ ସାଙ୍ଗ । ଦୁଇ ଜଣ ଉଦ୍ଧାର ହୋଇଥିବାବେଳେ ଜଣେ ନାବାଳକ ନିଖୋଜ ହୋଇଛନ୍ତି । ନିଖୋଜ ନାବାଳକଙ୍କୁ ଉଦ୍ଧାର ପାଇ ଦମକଳବାହିନୀର ଉଦ୍ୟମ ଜାରି ରହିଛି ।
ମିଳିଥିବା ସୂଚନା ଅନୁସାରେ, ସାଲେପୁର ଜନାର୍ଦ୍ଦନପୁର ନିକଟସ୍ଥ ଚିତ୍ରୋତ୍ପଳା ନଦୀକୁ ଗାଧୋଇବାକୁ ଯାଇ ତିନି ସାଙ୍ଗ ଭାସିଯାଇଥିଲେ । ସୋମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଆଉ ଜଣେ ଏବେବି ନିଖୋଜ ଅଛନ୍ତି । ନିଖୋଜ ନାବାଳକ ୧୫ବର୍ଷର ବିଟୁ । ତାଙ୍କୁ ସ୍ଥାନୀୟ ଲୋକେ ବହୁ ଖୋଜା ଖୋଜି କରିବାପରେ ନପାଇବାରୁ ଦମକଳବାହିନୀକୁ ଖବର ଦେଇଥିଲେ । ଦମକଳବାହିନୀ ପହଞ୍ଚି ନିଖୋଜ ନାବାଳକଙ୍କୁ ଖୋଜାଖୋଜି ଜାରି ରଖିଛି ।

Comments are closed.