Odisha Link
Bridging the Missing Links in Odisha

ବନ୍ଧୁକ ଦେଖାଇ ବ୍ୟାଙ୍କ ମ୍ୟାନେଜରଙ୍କ ଠାରୁ ୪୦ ଲକ୍ଷରୁ ଅଧିକ ଟଙ୍କା ଲୁଟ୍‌ ଅଭିଯୋଗ

ବାଲେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଶ୍ରୀରାମପୁର ଷ୍ଟେଟବ୍ୟାଙ୍କ ଶାଖାରେ ଦିନ ଦ୍ବିପ୍ରହରରେ ଡକାୟତି ହୋଇଛି । ୬ ଜଣ ଯୁବକ ୩ଟି ବାଇକରେ ଆସି ବ୍ୟାଙ୍କ ଭିତରକୁ ପଶିଥିଲେ । ପ୍ରଥମେ ସେମାନେ ବ୍ୟାଙ୍କ୍ ମ୍ୟାନେଜର ମୁଣ୍ଡରେ ବନ୍ଧୁକ ଲଗାଇ ପ୍ରାୟ ୪୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ଉଭୟ କ୍ୟାସ ବାକ୍ସ ଓ ଷ୍ଟ୍ରଙ୍ଗ ରୁମରୁ ଟଙ୍କା ଲୁଟିନେଇ ଡକାୟତମାନେ ଫେରାର ହୋଇଯାଇଛନ୍ତି । ବ୍ୟାଙ୍କକୁ ଆସିଥିବା କେତେକ ଗ୍ରାହକଙ୍କ ଟଙ୍କା ମଧ୍ୟ ସେମାନେ ନେଇଯାଇଥିବା ଜଣାପଡିଛି । ପ୍ରାୟ ଦିନ ୧ଟା ୪୫ ମିନିଟ୍ ରେ ଲୁଟ୍ ହୋଇଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଡକାୟତମାନଙ୍କର ଏପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳିନାହିଁ ।

Comments are closed.