Odisha Link
Bridging the Missing Links in Odisha

କଟକରେ ଦିନ ମଜୁରିଆଙ୍କୁ ଟାର୍ଗେଟ୍

କଟକ : କଟକରେ ୨୪ ଘଣ୍ଟା ମଧ୍ୟରେ ୩ଜଣଙ୍କୁ ହତ୍ୟା କରାଯାଇଛି । ଓଏମପି ଛକରେ ଗଳା କାଟି ଯୁବକଙ୍କୁ ହତ୍ୟା କରାଯାଇଛି । ମୃତକ ଜଣଙ୍କ ଜଣେ ଦିନ ମଜୁରିଆ ହୋଇଥିବା ଖବର ମିଳିଛି ।
ସେହିପରି ଏସସିବି କାର୍ଡିଓଲୋଜି ବିଭାଗ ସମ୍ମୁଖରୁ ଅନ୍ୟ ଜଣେ ଶ୍ରମିକଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଏସସିବିରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କୁ କେହି ଦୁର୍ବୃତ୍ତ ହତ୍ୟା ଉଦ୍ୟମ କରି ସେଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ସେହିଭଳି ଗତକାଲି ରାଣିହାଟ ତାଳଦଣ୍ଡା କେନାଲ ନିକଟରେ ଜଣେ ଶ୍ରମିକଙ୍କୁ ହତ୍ୟା କରାଯାଇଥିଲା ।

Comments are closed.