Odisha Link
Bridging the Missing Links in Odisha

କ୍ଷମା ମାଗିଲେ ସନ୍ନି ଲିଓନି

ନୂଆଦିଲ୍ଲୀ: ‘ଅର୍ଜୁନ ପଟିଆଲା’ ସିନେମାରେ ବଲିଉଡ୍‌ ଅଭିନେତ୍ରୀ ସନ୍ନି ଲିଓନିଙ୍କ ନମ୍ବର ବୋଲି କୁହାଯାଇ ଏକ ମୋବାଇଲ୍‌ ନମ୍ବର ଦୃଶ୍ୟମାନ ହେବା ପରେ ଏହାକୁ ନେଇ ବିବାଦ ହୋଇଥିଲା। ପରେ ଜାଣିବାକୁ ମିଳିଥିଲା ଯେ ଚଳଚ୍ଚିତ୍ରରେ ପ୍ରକାଶ କରାଯାଇଥିବା ନମ୍ବରଟି ବାସ୍ତବରେ ଦିଲ୍ଳୀ ବାସିନ୍ଦା ପୁନିତ ଅଗ୍ରଓ୍ଵାଲଙ୍କର। ପୁନିତ ସେହି ଚଳଚ୍ଚିତ୍ରର ନିର୍ମାତା ଓ ସନ୍ନି ଲିଓନିଙ୍କ ବିରୋଧରେ ଅଭିଯୋଗ ଆଣି କହିଥିଲେ ଯେ ଶୁକ୍ରବାରରୁ ରବିବାର ମଧ୍ୟରେ ତାଙ୍କ ନିକଟକୁ ପ୍ରାୟ ୪୦୦ ରଙ୍ଗ୍‌ କଲ୍‌ ଆସିଛି ବୋଲି। ସେମାନେ ସମସ୍ତେ କଲ୍‌ କରି ଅଭିନେତ୍ରୀ ସନ୍ନିଙ୍କୁ ଖୋଜିଥିଲେ।

ନିକଟରେ ଏକ ସାକ୍ଷାତ୍‌କାରରେ ଅଭିନେତ୍ରୀ ସନ୍ନି ପୁନିତଙ୍କୁ କ୍ଷମା ମାଗିଛନ୍ତି। ସେ କହିଛନ୍ତି, ‘ମୁଁ ଦୁଃଖିତ ଯେ ଆପଣଙ୍କୁ ଏପରି ସମସ୍ୟାର ସାମ୍ନା କରିବାକୁ ପଡ଼ିଲା। ମୁଁ ଭାବିନଥିଲି ଆପଣ ଏପରି ଅସୁବିଧାରେ ପଡ଼ିବେ ବୋଲି। ଆଶ୍ଚର୍ଯ୍ୟ ଲାଗୁଛି ଯେ ଲୋକମାନେ ଏଭଳି ଭାବେ କଲ୍‌ ବି କରୁଛନ୍ତି!’ ସୂଚନାଥାଉକି, ‘ଅର୍ଜୁନ ପଟିଆଲା’ ସିନେମାର ଏକ ଦୃଶ୍ୟରେ ସନ୍ନି ଏକ ନମ୍ବର କହି ତାହାକୁ ତାଙ୍କ ନିଜ ନମ୍ବର ବୋଲି ପ୍ରକାଶ କରିଥିଲେ। ତା’ପରେ ସନ୍ନିଙ୍କ ପ୍ରଶଂସକମାନେ ପୁନିତଙ୍କୁ କଲ୍‌ କରି ବିରକ୍ତ କରିପକାଇବା ପରେ ପୁନିତ ପୁଲିସ୍‌ରେ ଅଭିଯୋଗ ଆଣିଥିଲେ।

Comments are closed.