Odisha Link
Bridging the Missing Links in Odisha

ଲଗାଣ ବର୍ଷାରେ କଳାହାଣ୍ଡି ବେହାଲ

କଳାହାଣ୍ଡି : କଳାହାଣ୍ଡି ବନ୍ୟା ବିତ୍ପାତ। ଲାଞ୍ଜିଗଡ ବ୍ଲକର ୫୨ ଗୋଟି ଗାଁ ଓ ଥୁଆମୁଳ-ରାମପୁର ବ୍ଲକର ୨୧୨ଟି ଗାଁ ପ୍ରଭାବିତ ହୋଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ରାସ୍ତା ଧୋଇଯିବା ସହ ଗଛ ପଡି ଯାତାୟତ ବାଧାପ୍ରାପ୍ତ ହୋଇଛି। ଇନ୍ଦ୍ରାବତୀ ଜଳଭଣ୍ଡାରରେ ବିଦ୍ୟୁତ୍ ଉତ୍ପାଦନ ବନ୍ଦ ରହିଛି।
ମଙ୍ଗଳପୁର ବ୍ୟାରେଜର ପାଞ୍ଚଟି ଗେଟରୁ ବନ୍ୟା ପାଣି ନିଷ୍କାଷନ ଜାରି ରହିଛି। ହାତୀ ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଥିବାବେଳେ ପାଣି କ୍ରମଶଃ କମୁଥିବାରୁ ବିରିପୁର ଓ ମାଟିଖାଲ ଗାଁ ରୁ ପାଣି କମିଛି। ହାତୀ ନଦୀ କୁଳିଆ ଗାଁର ସୁରକ୍ଷା ପାଇଁ ଲୋକଙ୍କୁ ଜିଲ୍ଲା ପ୍ରଶାସନ ସ୍କୁଲକୁ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା କରିଛନ୍ତି। ମାତ୍ର ୩୦ ଜଣ ସ୍ଲୁଲରେ ଆଶ୍ରୟ ନେଇଥିଲେ। ଗାଁରେ ପସିଥିବା ପାଣି କମିଛି। ଜିଲ୍ଲା ପ୍ରଶାସନ ବିଚ୍ଛିନ୍ନ ଜାତୀୟ ରାଜପଥର ମରାମତି ତଥା ଗଛ ଉପୁଡି ରାସ୍ତା ଅବରୋଧକୁ ସ୍ବାଭାବିକ କରିବାକୁ ପ୍ରାଥମିକତା ଦେଉଥିବା ସୂଚନା ଦେଇଛନ୍ତି। ବର୍ଷ। ଓ ପାଣି ନିଷ୍କାସନ ପରେ ପ୍ରକୃତ କ୍ଷୟକ୍ଷତି ଆକଳନ ହୋଇପାରିବ।

Comments are closed.